Categories: ଖେଳ

ସୁଜୁକାରେ ଭାରତର ରାଜୀବ ଶ୍ରେଷ୍ଠ ୧୦ର ନିକଟତର

ଭୁବନେଶ୍ୱର,୨୯।୬(ସ୍ପୋଟର୍‌ସବ୍ୟୁରୋ)-
ଜାପାନର ସୁୁଜୁକାରେ ଅନୁଷ୍ଠିତ ଏଫ୍‌ଆଇଏମ୍‌ ଏସିଆ ରୋଡ୍‌ ରେସିଂ ଚାମ୍ପିଆନ୍‌ଶିପ୍‌ (ଏଆରସିସି)ର ଚତୁର୍ଥ ରାଉଣ୍ଡ ରେସ୍‌ରେ ଇଡେମିତ୍‌ସୁ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌ର ଚାଳକ ରାଜୀବ ସେଥୁ ଓ ସେନ୍ଥିଲ କୁମାର ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଶ୍ରେଷ୍ଠ ଲ୍ୟାପ୍‌ ସମୟ ସହିତ ରାଜୀବ ଶ୍ରେଷ୍ଠ ୧୦ ଜଣଙ୍କ ପାଖାପାଖି ରହି ରେସ୍‌ ଶେଷ କରିଛନ୍ତି। ଏଥିସହ ସେ ଏପି ୨୫୦ ଶ୍ରେଣୀର ପ୍ରଥମ ତିନି ରାଉଣ୍ଡରେ ଅନ୍ୟ ପ୍ରତିଯୋଗୀଙ୍କ ପାଇଁ ଜଣେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ୨୦୧୮ ସିଜନରେ ୨୮ତମ ସ୍ଥାନରେ ଥିବା ରାଜୀବ ୧୪ଟି ସ୍ଥାନ ଉପରକୁ ଉଠି ୨୨ ପଏଣ୍ଟ ସହ ୧୪ତମ ସ୍ଥାନରେ ରହିଛନ୍ତି। ସେନ୍ଥିଲଙ୍କ ପାଇଁ ମଧ୍ୟ ଏହି ରେସ୍‌ ବହୁତ ଭଲ ଥିଲା। ଏହି ୧୮ ବର୍ଷୀୟ ଚାଳକ ଶ୍ରେଷ୍ଠ ଲ୍ୟାପ୍‌ ଟାଇମ୍‌ ସହ ୨୪ତମ ସ୍ଥାନରେ ରେସ୍‌ ଶେଷ କରିଛନ୍ତି। ଗତକାଲି ବର୍ଷା ହୋଇଥିଲା। ଏହାର ଫାଇଦା ନେଇ ରେସ୍‌ର ପ୍ରଥମ ତିନି ସ୍ଥାନକୁ ଇଣ୍ଡୋନେସିଆ ଚାଳକମାନେ ଦଖଲ କରିଛନ୍ତି। ସେମାନେ ହେଉଛନ୍ତି ଆଣ୍ଡି ମହମ୍ମଦ ଫାଡଲି, ଇରଫାନ୍‌ ଆର୍ଡିୟାନଶାହ ଓ ଆର୍‌ କ୍ରିସାନ୍ଥୋ ରାତୁକୋରେ।

Share