ସୀମାନ୍ତ କୋଟିଆରେ ଘୋଷଯାତ୍ରା

ପଟ୍ଟାଙ୍ଗି,୫।୭(ଡି.ଏନ୍‌.ଏ.): ସାରା ରାଜ୍ୟରେ ଯେଉଁଦିନ ରଥଯାତ୍ରା ହୁଏ, ତାହା ପରଦିନ ପଟ୍ଟାଙ୍ଗି ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତରେ ଗଡ଼େ ଶ୍ରୀଜୀଉଙ୍କ ରଥ। ୨୦୦୨ ମେ’ ୧ରେ ଗଜପତି ମହାରାଜାଙ୍କ ଦ୍ୱାରା ଏଠାରେ ମନ୍ଦିର ପ୍ରତିଷ୍ଠା ହେବା ପରଠାରୁ ଦୀର୍ଘ ବର୍ଷ ଧରି ଏହି ନିଆରା ପରମ୍ପରା ଚଳିଆସୁଛି। ଗୁରୁବାର ପହଣ୍ଡି କରି ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇଥିଲା। ଶୁକ୍ରବାର ଶାବର ଶ୍ରୀକ୍ଷେତ୍ର ପୂଜକ ପ୍ରଶାନ୍ତ ପଣ୍ଡା ପୂଜାର୍ଚ୍ଚନା କରିବା ପରେ ପରମ୍ପରା ଅନୁଯାୟୀ ସିଦ୍ଧେଶ୍ୱର ଗେମେଲ ଛେରା ପହଁରା କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ସ୍ଥାୟୀ ପୂଜକ ମୁଗୁରି ତାଡିଙ୍ଗି ସହଯୋଗ କରିଥିଲେ। ଏହାପରେ ଡାହୁକ ପଠାଣି ସାହୁଙ୍କ ଡାକର ତାଳରେ ସ୍ଥାନୀୟ ଭକ୍ତ ଅପରାହ୍ନ ଗୋଟାଏରେ ରଥଟଣା ଆରମ୍ଭ କରିଥିଲେ। କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ଜଗନ୍ନାଥ ମନ୍ଦିରରୁ ରଥ ଟାଣି ତିନି ଠାକୁରଙ୍କୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ହୋଇଥିବା ମାଉସୀ ମା’ ମନ୍ଦିରରେ ଅପରାହ୍ନ ୨ଟା ୧୫ରେ ପହଞ୍ଚାଇଥିଲେ ଭକ୍ତ। ଏହି ଅବସରରେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଜିଲା ପରିଷଦ ଅଧ୍ୟକ୍ଷ ତୁଳସୀ କିର୍ସାନି, ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ. ଅରୁଣ ଖଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ କାମ ପାଇଁ ଯାଇଥିଲେ, ହଠାତ୍‌ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…

କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...

୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...

ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍‌ରେ ଚାଲିପାରୁନାହାନ୍ତି। ଫଳରେ ବାପା...

୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...

ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...

ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର

କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...

ବସ୍‌ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…

ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର...

୧୧ ବର୍ଷ ପରେ ନ୍ୟାୟ…ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା,୧୮।୧୧(ଆଶିଷ ରଞ୍ଜନ ପଣ୍ଡା) -ଦୀର୍ଘ ୧୧ ବର୍ଷ ପରେ ରାୟଗଡ଼ା ସହର ବୁଦୁରାବାଲସା ସାହିରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri