ଆନ୍ତଃରାଜ୍ୟ କାର ଲୁଟେରା ଗ୍ୟାଙ୍ଗର ଆଉ ୪ ଗିରଫ: ୬ କାର, ୬ ମୋବାଇଲ ଜବତ

କଟକ ଅଫିସ,୫।୭- ବମ୍ଫକୁଦ କାର ଲୁଟ୍‌ ଘଟଣାର ତଦନ୍ତ କରି କଟକ ସଦର ପୋଲିସ ଆନ୍ତଃରାଜ୍ୟ କାର ଲୁଟେରା ଗ୍ୟାଙ୍ଗ୍‌ର ଆଉ ୪ ଜଣ ସଦସ୍ୟଙ୍କୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ହାଉଡା ଜିଲାର ଶ୍ରୀକାନ୍ତ ଶର୍ମା ଓରଫ୍‌ ଗୁଡୁ, ଉତ୍ତରପ୍ରଦେଶ ପ୍ରତାପଗଡ ଜିଲାର ୱାରିସ୍‌ ଅଲ୍ଲୀ ଖାନ୍‌, ମହମ୍ମଦ ମୋକିମ୍‌ ଓରଫ ଚାଚା, ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାର ଅଞ୍ଚଳର ଶଶାଙ୍କ ଶେଖର ପତି। ସେମାନଙ୍କ ଠାରୁ ପୋଲିସ ୬ଟି କାର(ଓଡି୩୩ଏଫ୍‌-୩୪୯୯), (ଓଡି୩୪ଏ-୧୬୦୩), (ଓଡି୦୨ଏସି-୪୦୮୮), (ଓଡି୦୫ୟୁ-୯୦୦୦), (ଓଆର୧୭କେ- ୧୭୧୭), (ଓଡି୦୫ଏଫ୍‌-୨୯୮୫) ଓ ୬ଟି ମୋବାଇଲ ଜବତ କରିଛି। ତେବେ ଅଭିଯୁକ୍ତମାନଙ୍କ ବିରୋଧରେ କଟକ ସଦର ଥାନାରେ ଗୋଟିଏ, ଭୁବନେଶ୍ୱର ଶହୀଦନଗର ଥାନାରେ ତିନୋଟି, ମଞ୍ଚେଶ୍ୱର ଥାନାରେ ଦୁଇଟି ଏବଂ ଲକ୍ଷ୍ମୀସାଗର ଥାନାରେ ଗୋଟିଏ ଲୁଟ୍‌ ମାମଲା ଥିବା ପୋଲିସ ସୂଚନା ଦେଇଛି।
ପୋଲିସ ସୂଚନା ଅନୁଯାୟୀ, କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ଅଞ୍ଚଳରେ ରହୁଥିବା ସୁବାସ ଚନ୍ଦ୍ର ବେହେରା ଗତ ୨୮ ତାରିଖ ରାତିରେ ଭୁବନେଶ୍ୱରରେ କାମ ସାରି କାରରେ ନିଜ ଘରକୁ ଫେରୁଥିଲେ। ବମ୍ଫକୁଦ ପାଖରେ ହୋଇଥିବା ବେଳେ ୭ ଜଣ ଅଭିଯୁକ୍ତ ଅନ୍ୟ ଏକ କାରରେ ତାଙ୍କୁ ପିଛା କରିଥିଲେ। କିଛି ବାଟ ଯିବାପରେ ସୁବାସଙ୍କ କାର ଆଗରେ ସେମାନଙ୍କ କାର ରଖିଦେଇଥିଲେ। ପରେ ଅଭିଯୁକ୍ତମାନେ ସୁବାସଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ କାର ସହ ମୋବାଇଲ ଏବଂ ଟଙ୍କା ଲୁଟି ନେଇଥିଲେ। ଏ ନେଇ ସୁବାସ ଅଭିଯୋଗ କରିବା ପରେ କଟକ ସଦର ପୋଲିସ ଏକ ମାମଲା(ନଂ.୨୮୨/୧୯) ରୁଜୁ କରିଥିଲା। ଏହି ମାମଲାର ତଦନ୍ତ କରି ପୋଲିସ ଗତ ୧ ତାରିଖରେ ବାଲେଶ୍ୱରରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ବାଇକ ଜବତ କରିଥିଲା। ପଚରାଉଚରା ପରେ ସେମାନେ ଏହି କାର ସହ ଆହୁରି ଅନେକ କାର ଲୁଟ୍‌ ଏବଂ ଚୋରି କରିଥିବା ପୋଲିସ ସମ୍ମୁଖରେ ମାନିଥିଲେ। ଏଥିସହିତ ଗ୍ୟାଙ୍ଗ୍‌ ଅନ୍ୟ ସଦସ୍ୟମାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ପୋଲିସ ବାଲେଶ୍ୱର ଏବଂ କଟକରୁ ଶୁକ୍ରବାର ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାରଗୁଡିକ ଜବତ କରିଥିଲା। ବିଶେଷକରି ୧୬ନଂ. ଜାତୀୟ ରାଜପଥରେ ଅଭିଯୁକ୍ତମାନେ ଲୋକଙ୍କୁ ଟାର୍ଗେଟ କରୁଥିଲେ। କାର ଲୁଟ୍‌ କିମ୍ବା ଚୋରି କରିବା ପରେ ବାଲେଶ୍ୱର ନେଇଯାଉଥିଲେ। ସେଠାରୁ କଲିକତା ଯାଇ କାରଗୁଡିକୁ ବିକ୍ରି କରୁଥିଲେ। ଚୋରି କରିବାବେଳେ ସେମାନେ ପ୍ଲାସ, ଲୁହାରଡ, ନକଲି ଚାବି ସହାଯ୍ୟରେ କାରକୁ ଖୋଲୁଥିଲେ। ପରେ ସୁଇଚ୍‌ ମେଶିନ୍‌ ଦ୍ୱାରା କାରକୁ ଷ୍ଟାଟ କରୁଥିଲେ। ଏହାପରେ କାରକୁ ନେଇ କଲିକତାରେ ବିକ୍ରି କରୁଥିବା ସେମାନେ ମାନିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri