ସିଲ୍‌ ହେଲା ବିଶାଲ ମେଗା ମାର୍ଟ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କରୋନାକୁ ନେଇ ଏବେ ସବୁଠି ଆତଙ୍କର ବାତାବରଣ। ସଂକ୍ରମଣ ଏଡ଼ାଇବା ପାଇଁ ସରକାର ଓ ବିଭିନ୍ନ ବିଭାଗ ଆଡଭଇଜରି ଜାରି କରି କଟକଣା ଲଗାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ସମସ୍ତ ମଲ୍‌କୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ମଲ୍‌ରେ ଥିବା ଗ୍ରୋସରୀ ସାମଗ୍ରୀ କାରବାର ପାଇଁ କେବଳ ଅନୁମତି ଦିଆଯାଇଛି। ସେହିଭଳି କମିଶନରେଟ ପୋଲିସ ପକ୍ଷରୁ କଟକଣା ରହିଛି। ହେଲେ ଭୁବନେଶ୍ୱରର ରସୁଲଗଡ଼ ଓ ନୟାପଲ୍ଲୀଠାରେ ଥିବା ବିଶାଲ ମେଗା ମାର୍ଟ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଗୁରୁବାର ଦେଖିବାକୁ ମିଳିଥିଲା। ଗ୍ରୋସରୀ ବିକିବା ଆଳରେ ଅନ୍ୟ ବେପାର କରୁଥିଲା। ସେହିଭଳି କର୍ତ୍ତୃପକ୍ଷ ଅନ୍ୟ କେତେକ ଗାଇଡ୍‌ଲାଇନକୁ ମଧ୍ୟ ପାଳନ କରୁ ନ ଥିବା ଦେଖିବାକୁ ମିଳିଥିଲା। ସେଠାରେ ପ୍ରବଳ ଗହଳି ହେବା ସହ ସଂକ୍ରମଣ ଆଶଙ୍କା ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ଏ ସଂକ୍ରାନ୍ତରେ ‘ଧରିତ୍ରୀ’ରେ ଫଟୋ ସହ ତଥ୍ୟ ଭିତ୍ତିକ ଖବର ଶୁକ୍ରବାର ପ୍ରକାଶ ପାଇବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଏମସି ଉତ୍ତର ଜୋନ୍‌ର ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ଟିମ୍‌ ସହ ରସୁଲଗଡ଼ସ୍ଥିତ ବିଶାଲ ମେଗା ମାର୍ଟରେ ପହଞ୍ଚତ୍ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ବିଏମସି ଓ କମିଶନରେଟ ପୋଲିସର ଗାଇଡ୍‌ଲାଇନକୁ ମଲ୍‌ କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଥିବା ପ୍ରମାଣ ପାଇଥିଲେ। ସେହିଭଳି ହୋଲ୍ଡିଂ ଟିକସ ଖିଲାପ ହୋଇଥିବା ଜଣାପଡିଥିଲା। ଏହାପରେ ଉକ୍ତ ମଲ୍‌କୁ ସିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଲ୍‌ ବନ୍ଦ ରହିବ ବୋଲି ପୃଷ୍ଟି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ନୟାପଲ୍ଲୀସ୍ଥିତ ବିଶାଲ ମେଗା ମାର୍ଟରେ ମଧ୍ୟ ସମାନ ଭାବେ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବା ଖବର ପ୍ରକାଶ ପାଇଥିଲା। ଏନେଇ ବିଏମ୍‌ସି ତଦନ୍ତ ଜାରି ରଖିଛି। ଶନିବାର ବିଏମସି ଦକ୍ଷିଣ ପଶ୍ଚିମ ଜୋନର ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀ ନୟାପଲ୍ଲୀସ୍ଥିତ ବିଶାଲ ମେଗା ମାର୍ଟକୁ ଯାଞ୍ଚ କରିବେ। ମଲରେ ଖାଦ୍ୟ ଓ ଗ୍ରୋସରୀ ସାମଗ୍ରୀ ଛାଡି ଅନ୍ୟକିଛି ବିକ୍ରି ହୋଇଛି କି ନାହିଁ ତାହା ଯାଞ୍ଚ କରାଯିବ। ଏଥିସହ ଗାଇଡ ଲାଇନକୁ ପାଳନ କରାଯାଇ ନ ଥିବା ଜଣାପଡିଲେ ତାହାକୁ ମଧ୍ୟ ସିଲ୍‌ କରାଯିବ ବୋଲି ପୃଷ୍ଟି କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଉକ୍ତ ମଲ୍‌କୁ ସିଲ୍‌ କରାଯାଇଥିଲା। ମଲ୍‌ କର୍ତ୍ତୃପକ୍ଷ ଗ୍ରୋସରୀ ସାମଗ୍ରୀ ବିକ୍ରି ପାଇଁ ବିଏମ୍‌ସିଠାରୁ ଅନୁମତି ଆଣି ୧୭ ତାରିଖରୁ ଅନ୍ୟସବୁ ବେପାର କରୁଥିଲେ। ହେଲେ ବିଏମ୍‌ସି ଅନୁମତି ଦେବାପରେ ତାହାର ଯାଞ୍ଚ କରୁ ନ ଥିବାରୁ ମଲ୍‌ ମାଲିକମାନେ ଲୋକଙ୍କ ଜୀବନ ସହ ଏପରି ଖେଳ ଖେଳୁଛନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶ ବା କଟକଣା ଠିକ୍‌ ଭାବେ ପାଳନ ହେଉଛି କି ନାହିଁ ତାହାର ତଦାରଖ କରାଯିବାର ଆବଶ୍ୟକତା ରହିଛି। ନଚେତ ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି କରୋନା ସଂକ୍ରମଣକୁ ରୋକିବା କଷ୍ଟକର ହୋଇପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri