ସିଲ୍‌ ହେବ ୧୪ ଦୋକାନ

ବାରିପଦା ଅଫିସ,୯ା୫: ସାମାଜିକ ଦୁରତ୍ୱ ପାଳନ ନ କରିଥିବା ଅଭିଯୋଗରେ ବାରିପଦା ସହରରେ ଥିବା ୧୪ଟି ଦୋକାନକୁ ସିଲ୍‌ କରାଯିବ ବୋଲି ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍‌ ପ୍ରକାଶ କରିଛନ୍ତି। କଚେରୀ ମାର୍କେଟ, ଲାଲ ବଜାର, ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମ୍ମୁଖ, ଗଣେଶ ମାର୍କେଟରେ ଥିବା ଶାଢ଼ୀ, ଚୁଡ଼ି, ଷ୍ଟେଶନାରୀ ଆଦି ୧୪ଟି ଦୋକାନକୁ ସିଲ୍‌ କରାଯିବ। ବାରିପଦା ଥାନା ପକ୍ଷରୁ ଚେକିଂ କରାଯାଉଥିବା ବେଳେ ଏମାନେ ସାମଜିକ ଦୁରତ୍ୱ ପାଳନ କରୁ ନ ଥିବା ଦେଖିବାକୁ ମିଳିଥିଲା। ଏହାପରେ ବାରିପଦା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ନୋଟିସ୍‌ ଦିଆଯାଇଛି।