ସିମ୍ପାଜିର ସାନିଟାଇଜେଶନକୁ ନେଇ ଆସିଲା ଅଭିଯୋଗ!

ବ୍ୟାକଂକ,୧୮।୪: ସାରା ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ ହେବା ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁଃଖଦ ଖବର ସାମ୍ନାକୁ ଆସୁଛି। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସାନିଟାଇଜେଶନକୁ ସବୁଠି ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ଏମିତି ଏକ ଖବର ଭାଇରାଲ ହୋଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରାୟ ସବୁ ସ୍ଥାନରେ ସାନିଟାଇଜେଶନ ମଣିଷ ଦ୍ୱାରା କରାଯାଉଥିବା ବେଳେ ଥାଇଲାଣ୍ଡରେ କିନ୍ତୁ ଗୋଟିଏ ସ୍ଥାନରେ ଏହି କାମ ସିମ୍ପାଜି ଦ୍ୱାରା କରାଯାଉଥିବା ଦେଖିବାକୁ ମିଳିଛି। ଥାଇଲାଣ୍ଡର ସିମୁଟ ପ୍ରାକର୍ନ କ୍ରକୋଡାଇଲ ଫାର୍ମରେ ଏକ ସିମ୍ପାଜି ସାଇକେଲ ଉପରେ ବସି ସାନିଟାଇଜେଶନ ପାଇଁ ଡିସ୍‌ଇନ୍‌ଫେକ୍ଟେଡ ସ୍ପ୍ରେ କରୁଥିବା ଦେଖାଯାଇଛି। ଏମିତି ଏକ ଭିଡିଓ ସାମ୍ନାକୁ ଆସିବା ପରେ ପ୍ରାଣୀ ଅଧିକାର ସଙ୍ଗଠନ(ପେଟା) ଏହାକୁ ନେଇ ଥାଇଲାଣ୍ଡ ପୋଲିସ ନିକଟରେ ଏକ ଅଭିଯୋଗ ଆଣିଥିବା କୁହାଯାଉଛି। ଏହାକୁ ନେଇ ପେଟା କହିଛି ଥାଇଲାଣ୍ଡରେ ସିମ୍ପାଜିକୁ ସାନିଟାଇଜେଶନ କାମରେ ଲଗାଇବା ଦୁଃଖଦ ଘଟଣା। କାରଣ ପୂର୍ବରୁ ଏଠାରେ ଥିବା ପ୍ରାଣୀଙ୍କ ସ୍ଥିତି ବହୁତ ଖରାପ। ଏହୀ ଫାର୍ମରେ ଥିବା ସିମ୍ପାାଜି ଓ କୁମ୍ଭିରଙ୍କୁ କେବଳ ଲୋକମାନଙ୍କ ମନୋରଞ୍ଜନ ପାଇଁ ରଖାଯାଇଛି। ନଚେତ୍‌ ଏମାନଙ୍କୁ ପଞ୍ଜୁରୀରେ ବନ୍ଦ କରି ରଖାଯାଇଛି। ଏହା ପୂର୍ବରୁ ମଧ୍ୟ କୁମ୍ଭିରମାନଙ୍କୁ ଖାଦ୍ୟ ନ ଦେବା, ଭାଲୁ ରହୁଥିବା ସ୍ଥାନକୁ ସଫା ନ କରିବା ଭଳି ଖବର ସାମ୍ନାକୁ ଆସିଥିବା ପେଟା କହିଛି। ହେଲେ ଏହାକୁ ନେଇ ଫାର୍ମ ପ୍ରଶାସନ ସଫେଇ ଦେଇ କହିଛନ୍ତି, ଏବେ ଏହା ବନ୍ଦ ଥିବାରୁ ସିମ୍ପାଜିକୁ ସାନିଟାଇଜିଂ କାମରେ ଲଗାଯାଇ ନ ଥିଲା ବରଂ ତା’ର ଏକ୍ସରସାଇଜ୍‌ କରାଯାଉଥିଲା। ଏବେ ଏହି ଫାର୍ମ ବନ୍ଦ ଥିବାରୁ ସିମ୍ପାଜିର ମାନସିକ ସ୍ଥିତିରେ ପରିବର୍ତ୍ତନ ପାଇଁ ତାକୁ ବାହାରେ ବୁଲାଯାଉଥିବା ସେ ସଫେଇ ଦେଇଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri