ସିଭି ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୮ା୧୨

ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଭୋପାଳ ସ୍ମାର୍ଟ ସିଟି ହାକାଥନରେ ସିଭି ରମଣ ଇଞ୍ଜିନିୟରିଂ କଲେଜର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ଡ୍ରୋନ ଟେକ୍ନୋଲୋଜି ଆପ୍ଲିକେଶନରେ ଏହି କଲେଜର ଛାତ୍ରୀଛାତ୍ର ୨ୟ ରନର୍ସ ଅପ୍‌ ହୋଇ ପାରିଛନ୍ତି। କମ୍ପ୍ୟୁଟର ବିଭାଗର ଜଶବିନ୍ଦର ସିଂ, ଶୁଭ ସିଂ, ଇଲେକଟ୍ରୋନିକ୍ସ ବିଭାଗର ଆଦିତ୍ୟ କୁମାର ସ୍ମାର୍ଟ ସିଟି ପରିଚାଳନାରେ ଡ୍ରୋନର ଉପଯୋଗିତା ଉପରେ ପ୍ରୋଜେକ୍ଟ କାର୍ଯ୍ୟ ଅତି ପ୍ରଶଂସନୀୟ ହୋଇଥିବା ସିଭି ରମଣ ପକ୍ଷରୁ କୁହାଯାଇଛି। ଏହି ଟେକ୍ନୋଲୋଜି ପାଇଁ ଭୋପାଳ ସ୍ମାର୍ଟ ସିଟିର ସିଇଓ ଦୀପକ ମିଶ୍ର, ୟୋଗେଶ ଖାକରେ, ଭୋପାଳ କଲେକ୍ଟର ତରୁଣ ପିଠୋଡ, ଡେଲଏଟି ଡିଜିଟାଲର ନିର୍ଦ୍ଦେଶକ ମୋହନ ଡୋଇଫୋଡ ଏହି ଅବସରରେ ଉପସ୍ଥିତ ରହି ସିଭି ରମଣ ଟିମ୍‌କୁ ୫୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସଫଳତା ଲାଗି କଲେଜର ଚେୟାରମ୍ୟାନ ସଞ୍ଜୀବ କୁମାର ରାଉତ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।