ସିଫାରେ ଚାକିରି କରାଇଦେବାକୁ କହି ୩ ଲକ୍ଷ ଠକେଇ

ପୁରୁଣା ଭୁବନେଶ୍ୱର, ୨୯।୨ (ଡି.ଏନ.ଏ.): ମାଟ୍ରିକ ଯାଏ ପଢିଥିଲେ ପାଠ। ପାଖରେ ସମ୍ବଳ ନ ଥିବାରୁ ଆଉ ପଢି ପାରିଲେନି। ସେତିକିରେ ସନ୍ତୁଷ୍ଟ ହେବାକୁ ପଡିଲା। ପରିବାର ପ୍ରତି ପୋଷଣ ପାଇଁ ଖବରକାଗଜ ବିକ୍ରି କରିବାକୁ ଆଗେଇ ଆସିଥିଲେ ବାବୁଲି ପୃଷ୍ଟି। ନିଶା ଥିଲା ଚିକିରି କରିବା। ୩ ବର୍ଷ ତଳେ ପୂବା ଶାସନର ଜଣେ ଯୁବକଙ୍କ ସଙ୍ଗେ ଦେଖା ହୋଇଥିଲା। ଯୁବକ ଜଣକଙ୍କ ବାପା କୌଶଲ୍ୟାଗଙ୍ଗ ସ୍ଥିତ ମଧୁର ମତ୍ସ୍ୟ ଗବେଷଣା କେନ୍ଦ୍ର(ସିଫା)ରେ ଚାକିରି କରନ୍ତି। ସମ୍ପୃକ୍ତ ଯୁବକ ବାବୁଲିଙ୍କୁ ଚାକିରି କରିବା ଲୋଭ ଦେଖାଇଥିଲେ। ୩ଟି ପୋଷ୍ଟ ଆସିଛି। ସୁଯୋଗ ଦେଖି ବାବୁଲି ହଠାତ୍‌ ଆଗେଇ ଆସିଥିଲେ। ନିଜ ପାଇଁ ଏବଂ ଗ୍ରାମର ଅନ୍ୟ ଦୁଇ ଶୁଭକାନ୍ତ ସାହୁ ଏବଂ ବିମ୍ବାଧର ସାହୁ ମିଶି ଚାକିରି ନିମନ୍ତେ ୩ ଲକ୍ଷ ଟଙ୍କା ଯୁବକଙ୍କୁ ଦେଇଥିଲେ। ବର୍ଷ ପରେ ବର୍ଷ ଗଡି ଚାଲିଲା। ଚାକିରି ଦୂରେ ଥାଉ ଯୁବକଙ୍କ ଦେଖା ମିଳି ନ ଥିଲା। ଏ ନେଇ ବାବୁଲି ପ୍ରଥମେ ଏଫ୍‌ଆଇଆର ଦେଇଥିଲେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ। ଅଭିଯୋଗ ପାଇଁ ଉତ୍ତରା ଫାଣ୍ଡି ପୋଲିସ ଯୁବକଙ୍କ ସହ ଠକେଇର ଶିକାର ହୋଇଥିବା ହକର ବାବୁଲି ଏବଂ ଅନ୍ୟ ୩ ଜଣଙ୍କୁ ଫାଣ୍ଡିକୁ ଡକାଇଥିଲେ। ଏକ ଚୁକ୍ତିନାମା ଅନୁସାରେ ୩ ଲକ୍ଷ ଟଙ୍କା ଫେରାଇବାକୁ ମଧ୍ୟ ସ୍ଥିର ହୋଇଥିଲା। ମାତ୍ର ପୂର୍ବଭଳି ଯୁବକ ନୀରବ ରହିଥିଲେ। ବାବୁଲି ଉତ୍ତରା ଫାଣ୍ଡି ପୋଲିସ ଉପରେ ଭରସା କରି ନ ଥିଲେ। ବାଧ୍ୟ ହୋଇ ସେ ପିପିଲି ଥାନା ପୋଲିସ ନିକଟରେ ସମସ୍ତ ଘଟଣାକୁ ନେଇ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିଲେ ଗତ ୧୩ା୧ା୨୦ରେ। ଅଭିଯୋଗର ୧ ମାସ ୧୫ ଦିନ ବିତିଲାଣି, ପୋଲିସର ନୀରବତା ଠକାମିର ଶିକାର ଯୁବକମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି। ଏ ସମ୍ପର୍କରେ ଉତ୍ତରା ଫାଣ୍ଡି ଇନଚାର୍ଜ ମନୋଜ ଦାସଙ୍କୁ ପଚାରିବାରେ ନୂଆ କରି ଆସି ଏଠାରେ କାର୍ଯ୍ୟରେ ଯୋଗ ଦେଇଛି। ଘଟଣା ସମ୍ପର୍କରେ ଅବଗତ ନାହିଁ ତଥାପି ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri