ସିପିଆଇ, ସିପିଏମ୍‌ର ଗଣବିକ୍ଷୋଭ

ଛତ୍ରପୁର,୧୭ା୧୦(ଡି.ଏନ.ଏ.)-ଦେଶରେ ଗଭୀର ଆର୍ଥିକ ସଙ୍କଟ ଓ ଏନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତିବାଦରେ ବୁଧବାର ସିପିଆଇ ଓ ସିପିଏମ୍‌ ପକ୍ଷରୁ ମିଳିତ ଭାବେ ବୁଧବାର ଛତ୍ରପୁରସ୍ଥିତ ଲୋଏର ବସ୍‌ଷ୍ଟାଣ୍ଡରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ା ଏଥିସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ା ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଯୋଗୁ ଦେଶରେ ମାନ୍ଦାବସ୍ଥା ଦେଖାଦେଇଛି ା ସବୁ କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ଘଟିଛି ା ବିମୁଦ୍ରୀକରଣ ଓ ଜିଏସ୍‌ଟି ପାଇଁ ଦେଶ ଅର୍ଥନୀତିର ଏପରି ଅବସ୍ଥା ହୋଇଥିବା କୁହାଯାଇଥିଲା ା ଦେଶରେ ବିଭିନ୍ନ ସ୍ଥାନରେ ବହୁ ଶିଳ୍ପ ବନ୍ଦ ହୋଇଛି। ଫଳରେ ଲକ୍ଷାଧିକ ଶ୍ରମିକ ଛଟେଇ ହେଉଛନ୍ତି। ଚାଷୀ ମଧ୍ୟ ତାର ଫସଲର ଉଚିତ୍‌ ମୂଲ୍ୟ ପାଉନି ଏବଂ ଶେଷରେ ଆମତ୍ହତ୍ୟା କରୁଥିବା ଅଭିଯୋଗ କରାଯାଇଥିଲା। ଏଥିରେ ସିପିଆଇ ଜାତୀୟ କାର୍ଯ୍ୟକାରୀ ସଦସ୍ୟ ରାମକୃଷ୍ଣ ପଣ୍ଡା, ଜିଲା ସମ୍ପାଦକ ପ୍ରକାଶ ପାତ୍ର, ଗୋକୁଳ ପଣ୍ଡା, ସିପିଏମ୍‌ ରାଜ୍ୟ ସାଧାରଣ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଏମ୍‌ ନେତା ପି.ହରିକୃଷ୍ଣ ରେଡ୍ଡୀ, ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ, ରାଜ୍ୟ ଯୁବ ସଂଘ ସମ୍ପାଦକ ପ୍ରଦୀପ ସେଠୀ, ଏନ୍‌.ଗିରିଜା ପ୍ରସାଦ ରେଡ୍ଡୀ, ସିପିଏମ୍‌ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ, ବସନ୍ତ ନନ୍ଦ, ସିପିଆଇର ବୃନ୍ଦାବନ ପଲେଇ, ସଭ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ, ଶ୍ରୀହର୍ଷ ରଥ, ଭାନୁମତି ରେଡ୍ଡୀ, ସିପିଏମ୍‌ର ଦିଲୀପ ଛୋଟରାୟଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ା ପ୍ରାରମ୍ଭରେ ଅପର ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ନେତା ଓ କର୍ମୀ ଲୋଏର ବସ୍‌ଷ୍ଟାଣ୍ଡରେ ପହଞ୍ଚିିଥିଲେ।