ସିଦ୍ଧ ମହାବୀର ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି

ପୁରୀ ଅଫିସ, ୨୩।୭ : ପୁରୀ ଜିଲାର ପ୍ରସିଦ୍ଧ ସିଦ୍ଧ ମହାବୀର ମନ୍ଦିର ହୁଣ୍ଡିରୁ ସୋମବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ଏ ନେଇ ମନ୍ଦିର କର୍ତ୍ତୃପକ୍ଷ ପକ୍ଷରୁ ମଙ୍ଗଳବାର ତାଳବଣିଆ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଦେହରେ ପୋଲିସ ୨ ଜଣଙ୍କୁ ଥାନାରେ ଅଟକରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ୪ଟାରେ ପୂଜକ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ମନ୍ଦିରର ମୁଖ୍ୟଦ୍ବାର ଗ୍ରିଲ ତଡ଼ାଯାଇଥିବା ବେଳେ ପିତ୍ତଳ ଓ କଂସା କବାଟ ଦ୍ବାର ଖୋଲାଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ମନ୍ଦିର ପରିଚାଳନା ସମିତିକୁ ଜଣାଇଥିଲେ। ମନ୍ଦିର ଭିତରେ ଥିବା ହୁଣ୍ଡି ମଧ୍ୟ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଥିବା ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ଏ ନେଇ ଭକ୍ତଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।