ସିଡିଏରେ ଗ୍ୟାସ ପାଇପ ଲାଇନ ଲିକ୍‌: ଆତଙ୍କିତ ହୋଇ ପଡ଼ିଲେ ଲୋକେ

କଟକ, ୧୯।୧(କାର୍ତ୍ତିକ ସାହୁ) : ନିର୍ମାଣ କାମ ପାଇଁ ରାସ୍ତା ଖୋଳା ଯାଉଥିବା ବେଳେ ଗ୍ୟାସ ପାଇପ ଲାଇନ ଫାଟିବାରୁ ଆତଙ୍କିତ ହୋଇ ପଡ଼ିଥିଲେ ସିଡିଏ ସେକ୍ଟର ୯ର ଲୋକେ। ସୋମବାର ପୂର୍ବାହ୍ନରେ ଘଟିଥିଲା ଏହି ଘଟଣା। ତେବେ ଲିକେଜକୁ ଠିକ୍‌ ସମୟରେ ନିୟନ୍ତ୍ରଣ କରାଯାଇଥିବାରୁ ବଡ଼ ଅଘଟଣ ଟଳି ଯାଇପାରିଛି। ପାଖରେ ପେଟ୍ରୋଲ ପମ୍ପ ଥିବାରୁ ବିପଦର ଆଶଙ୍କା ରହିଥିଲା। ମାତ୍ର ସୂଚନା ପାଇ ପୋଲିସ, ଅଗ୍ନିଶମବାହିନୀ ଓ ଗେଲ କମ୍ପାନିର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରିଥିଲେ। ବଡ଼ ବଡ଼ ମେଶିନରେ ରାସ୍ତା ଖୋଳାଯିବା ସହ ଗ୍ୟାସ ପାଇପ ଲାଇନ ପ୍ରତି ସତର୍କ ନ ରହିବାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Dharitri – The Largest & Most Trusted Odia Daily