ସିଡିଏମ୍‌ଓ ଦାୟିତ୍ୱ ନେଲେ ଅମରେନ୍ଦ୍ର ନାଥ

ଅନୁଗୋଳ ଅଫିସ, ୧୨।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ୪ ମାସ ପରେ ବୁଧବାର ପୁଣି ଥରେ ଦାୟିତ୍ୱ ନେଇଛନ୍ତି ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି। ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରାଙ୍କ ଠାରୁ ପୂର୍ବାହ୍ନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ତେବେ ମେଡିକାଲରେ ଛାଡ଼ି ଯାଇଥିବା ଅଧୁରା କାର୍ଯ୍ୟକୁ ସେ ପୂରଣ କରିବେ ବୋଲି ଦାୟିତ୍ୱ ନେବା ପରେ ଅମରେନ୍ଦ୍ର ନାଥ କହିଛନ୍ତି। ଡାକ୍ତର ମହାନ୍ତି ଚଳିତବର୍ଷ ଜାନୁୟାରୀ ୧୪ରେ ଅନୁଗୋଳ ସିଡିଏମ୍‌ଓ ଭାବେ ଦାୟିତ୍ୱ ନେଇଥିଲେ ହେଁ ଫନୀ ବାତ୍ୟା ପରେ ତାଙ୍କୁ ମେ ୧୯ରେ ପୁରୀ ଜିଲାକୁ ବଦଳି କରାଯାଇଥିଲା। ତେବେ ଗତ ୭ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୪ ଜଣ ସିଡିଏମ୍‌ଓଙ୍କ ବଦଳି ତାଲିକା ପ୍ରକାଶ ପାଇଥିଲା। ଏଥିରେ ଡାକ୍ତର ମହାନ୍ତିଙ୍କୁ ପୁନର୍ବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ପୁରୀରୁ ବଦଳି କରାଯାଇଥିଲା।