Categories: ଗଞ୍ଜାମ

ସିଜେଏମ୍‌ଙ୍କ ପୁରୁଷୋତ୍ତମପୁରକୋର୍ଟ ପରିଦର୍ଶନ

ପୁରୁଷୋତ୍ତମପୁର ୧୧ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ଜିଲା ମୁଖ୍ୟ ବିଚାରପତି (ସିଜେଏମ୍‌) ପ୍ରଜ୍ଞା ପରମିତା ରାଉଳ ପରିଦର୍ଶନରେ ଆସିଥିଲେ। ବିଚାରପତି ଅନ୍ନପୂର୍ଣ୍ଣା ଷଡଙ୍ଗୀ ବିଭିନ୍ନ ମାମଲାର ବିଚାର କରୁଥିବାବେଳେ ତାର ତଦାରଖ କରିଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମ ସୋମବାରରୁ ଚାଲିଥିବାବେଳେ ଗୁରୁବାର ଶେଷ ହୋଇଛି। ଏହି ଅବସରରେ ମୂଖ୍ୟ ବିଚାରପତିଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଓକିଲ ସଂଘ ସଭାପତି ଜଗନ ମୋହନ ପଟ୍ଟନାୟକ, ସମ୍ପାଦକ ପ୍ରଭାତ କୁମାର ପଟ୍ଟନାୟକ, ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ, ବରିଷ୍ଠ ଓକିଲ ଉପେନ୍ଦ୍ର ପଣ୍ଡା, ଅରୁଣ କୁମାର ପଣ୍ଡା, ସ୍ବରାଜ୍ୟ ପାଣିଗ୍ରାହୀ, ରମାରଞ୍ଜନ ଦାଶ, ଲଡୁକିଶୋର ପଣ୍ଡା, ଅକ୍ଷୟକୁମାର ବେହେରାଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।