ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ଶ୍ରୀ ମିଶ୍ର ୭୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ଅନ୍ତର୍ଜାତୀୟ ସ୍ତରରେ ସିଙ୍ଗାପୁରରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତି କଳାହାଣ୍ଡି ଜିଲା ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।
ପ୍ରକାଶ ଯେ, ଶ୍ରୀ ମିଶ୍ର ୨୦୧୦ ମସିହାରେ ମାଲେସିଆରେ ଅନୁଷ୍ଠିତ ୧୬୩ତମ ଏସିଆନ୍‌ ମାଷ୍ଟର୍ସ ଚାମ୍ପିୟନଶିପ୍‌ ହାମର ଥ୍ରୋରେ ବ୍ରୋଞ୍ଜ ପଦକ ଓ ୨ ବର୍ଷ ତଳେ ସିଙ୍ଗାପୁରରେ ଅନୁଷ୍ଠିତ ୧୯ତମ ଏସିଆନ୍‌ ମାଷ୍ଟର୍ସ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ସଟ୍‌ପୁଟ୍‌ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିଲେ । ଶ୍ରୀ ମିଶ୍ର ଓଡ଼ିଶା ଫୁଟବଲ ଓ ଭଲିବଲ ଅଧିନାୟକ ଏବଂ ଓଡ଼ିଶା ରାଜ୍ୟ ଭଲିବଲ ଦଳର ଅଧିନାୟକ ଥିଲେ । ପୁଲିସ ବିିଭାଗରେ କାର୍ଯ୍ୟ କରି ସେ ୨୦୦୨ ମସିହାରେ ଅତିରିକ୍ତ ଏସ୍‌ପି ଭାବେ ଅବସର ନେଇଥିଲେ ।