ସିଏଜିି ରିପୋର୍ଟ: ୧୬,୩୯୧ କୋଟିର ୟୁସି ଦେଇ ନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ବିତ୍ତୀୟ ପରିଚାଳନା ଠିକ ଢଙ୍ଗରେ କରାଯାଉଛି। ଟିକସ ଆଦାୟ ବଢ଼ିଛି। ରାଜସ୍ବ ପୂର୍ବ ବର୍ଷ ତୁଳନାରେ ସନ୍ତୋଷଜନକ ରହିଛି। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେନ୍ଦ୍ରରୁ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର (ୟୁସି) ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପରିଚାଳନା ଅଭାବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଥିବା ରାଜ୍ୟର ଆର୍ଥିକ ସ୍ଥିତି-୨୦୧୮ର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରୁ ଏହି ସୂଚନା ମିଳିଛି। ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ବିିଭିନ୍ନ ବିଭାଗକୁ ଦିଆଯାଉଥିବା ଅର୍ଥର ବିନିଯୋଗ ପ୍ରମାଣ ପତ୍ର(ୟୁସି) ଠିକ୍‌ ସମୟରେ ପ୍ରଦାନ କରାଯାଉ ନାହିଁ। ୨୦୧୭-୧୮ରେ ସରକାର ୨୧,୭୮୦.୩୦ କୋଟି ଟଙ୍କା ଅନୁଦାନ ରୂପେ ପାଇଥିବା ବେଳେ ସେଥିରୁ ୧୬,୩୯୧.୧୬ କୋଟି ଟଙ୍କାର ୟୁସି ଦେଇ ନାହାନ୍ତି। ୨୦୧୮ ମାର୍ଚ୍ଚ ସୁଦ୍ଧା ସରକାରଙ୍କ ୩୫ଟି ବିଭାଗର ୩୮,୪୨୭.୯୧ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରି ନ ଥିଲେ।
ରାଜ୍ୟ ସରକାର ଆଳୁର ଅଭାବ ଦୂର କରିବାକୁ ଆଳୁ ମିଶନ ଗଠନ କରିଥିଲେ। ଏଥିସହିତ ପର୍ଯ୍ୟାପ୍ତ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି କରିଥିଲେ। ପାଣ୍ଠିର ଉପଯୁକ୍ତ ବିନିଯୋଗ ହୋଇ ନ ପାରିବା, ଉନ୍ନତମାନର ଆଳୁ ବିହନ ଉପଲବ୍ଧ ନ ହେବା, ଅଧିକ ଟଙ୍କାରେ ବିହନ କ୍ରୟ କରିବା, ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ନ ମିଳିବା ଯୋଗୁ ଆଳୁ ମିଶନ ଫେଲ୍‌ ମାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ୩ ବର୍ଷ ମଧ୍ୟରେ ରାଜ୍ୟ ସରକାର ରାଜ୍ୟରେ ୫୫ଟି ଶୀତଳଭଣ୍ଡାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ମାତ୍ର ୨୩ଟି ସ୍ଥାପନ ହୋଇ ପାରିଥିଲା। ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଘରୋଇ ସଂସ୍ଥା ଆଗ୍ରହ ଦେଖାଇ ନ ଥିଲେ। କେନ୍ଦ୍ରୀୟ ଅନୁଦାନ ନ ମିଳିବାରୁ ରାଜ୍ୟ ସରକାର ୨୦୧୫-୧୬ରୁ ୨୦୧୭-୧୮ ମଧ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ ଓ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାରି ନାହିଁ।
ଅନ୍ୟପକ୍ଷରେ ରାଜସ୍ବ ପରିଚାଳନା ଓ ଟିକସ ବୃଦ୍ଧିରେ ସରକାର ସଫଳ ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ୧୩ ହଜାର ୩୬୭ କୋଟି ଟଙ୍କାର ବଳକା ରାଜସ୍ବ ହାସଲ କରିଛି। ସରକାର ୮୫,୨୦୪ କୋଟି ଟଙ୍କା ରାଜସ୍ବ ପାଇଛନ୍ତି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୨୦.୪୮ ପ୍ରତିଶତ । ପୂର୍ବ ବର୍ଷ ତୁଳନାରେ ୧୪.୬୭ ପ୍ରତିଶତ ଅଧିକ ହୋଇଛି। ୨୦୧୭-୧୮ରେ ରାଜସ୍ବ ଖର୍ଚ୍ଚ (୭୧,୮୩୭ କୋଟି ଟଙ୍କା) ଅନୁରୂପ ବୃଦ୍ଧି ଘଟିଥିଲା। ୨୦୧୬-୧୭ ତୁଳନାରେ ୧୦.୪୫ ପ୍ରତିଶତ, ଯାହାକି ଜିଏସଡିପିର ୧୭.୨୭ ପ୍ରତିଶତ ଥିଲା। ପୂର୍ବ ବର୍ଷ ତୁଳନାରେ ପୁଞ୍ଜିଗତ ଖର୍ଚ୍ଚ ୧୪.୨୮ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏସବୁ ସତ୍ତ୍ୱେ ବିତ୍ତୀୟ ନିଅଣ୍ଟ ୧,୩୬୦ କୋଟି ଟଙ୍କା ରହିଛି, ଯାହା ୨.୨୫ ପ୍ରତିଶତ। ଏଫଆର ବିଏମ(ସଂଶୋଧନ) ଧାରା ୨୦୧୬ରେ ନିର୍ଦ୍ଧାରିତ ବିତ୍ତୀୟ ଧାର୍ଯ୍ୟଲକ୍ଷ୍ୟକୁ ଏହା ପୂରଣ କରିପାରିଛି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଋଣ ଓ ଜିଏସଡିପିର ଅନୁପାତ ୨୫ ପ୍ରତିଶତଠାରୁ କମ ଥିଲା। ତେବେ ବକେୟା ଦେୟ ୨୦୧୩-୧୪ ଠାରୁ (୧୫.୦୮%) ବୃଦ୍ଧି ପାଇ ୨୩.୩୬ ପ୍ରତିଶତରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri