ସିଏଜିି ରିପୋର୍ଟ: ୧୬,୩୯୧ କୋଟିର ୟୁସି ଦେଇ ନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ବିତ୍ତୀୟ ପରିଚାଳନା ଠିକ ଢଙ୍ଗରେ କରାଯାଉଛି। ଟିକସ ଆଦାୟ ବଢ଼ିଛି। ରାଜସ୍ବ ପୂର୍ବ ବର୍ଷ ତୁଳନାରେ ସନ୍ତୋଷଜନକ ରହିଛି। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେନ୍ଦ୍ରରୁ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର (ୟୁସି) ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପରିଚାଳନା ଅଭାବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଥିବା ରାଜ୍ୟର ଆର୍ଥିକ ସ୍ଥିତି-୨୦୧୮ର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରୁ ଏହି ସୂଚନା ମିଳିଛି। ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ବିିଭିନ୍ନ ବିଭାଗକୁ ଦିଆଯାଉଥିବା ଅର୍ଥର ବିନିଯୋଗ ପ୍ରମାଣ ପତ୍ର(ୟୁସି) ଠିକ୍‌ ସମୟରେ ପ୍ରଦାନ କରାଯାଉ ନାହିଁ। ୨୦୧୭-୧୮ରେ ସରକାର ୨୧,୭୮୦.୩୦ କୋଟି ଟଙ୍କା ଅନୁଦାନ ରୂପେ ପାଇଥିବା ବେଳେ ସେଥିରୁ ୧୬,୩୯୧.୧୬ କୋଟି ଟଙ୍କାର ୟୁସି ଦେଇ ନାହାନ୍ତି। ୨୦୧୮ ମାର୍ଚ୍ଚ ସୁଦ୍ଧା ସରକାରଙ୍କ ୩୫ଟି ବିଭାଗର ୩୮,୪୨୭.୯୧ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ କରି ନ ଥିଲେ।
ରାଜ୍ୟ ସରକାର ଆଳୁର ଅଭାବ ଦୂର କରିବାକୁ ଆଳୁ ମିଶନ ଗଠନ କରିଥିଲେ। ଏଥିସହିତ ପର୍ଯ୍ୟାପ୍ତ ଶୀତଳଭଣ୍ଡାର କରିବାକୁ ନିଷ୍ପତ୍ତି କରିଥିଲେ। ପାଣ୍ଠିର ଉପଯୁକ୍ତ ବିନିଯୋଗ ହୋଇ ନ ପାରିବା, ଉନ୍ନତମାନର ଆଳୁ ବିହନ ଉପଲବ୍ଧ ନ ହେବା, ଅଧିକ ଟଙ୍କାରେ ବିହନ କ୍ରୟ କରିବା, ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ନ ମିଳିବା ଯୋଗୁ ଆଳୁ ମିଶନ ଫେଲ୍‌ ମାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ୩ ବର୍ଷ ମଧ୍ୟରେ ରାଜ୍ୟ ସରକାର ରାଜ୍ୟରେ ୫୫ଟି ଶୀତଳଭଣ୍ଡାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ମାତ୍ର ୨୩ଟି ସ୍ଥାପନ ହୋଇ ପାରିଥିଲା। ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଘରୋଇ ସଂସ୍ଥା ଆଗ୍ରହ ଦେଖାଇ ନ ଥିଲେ। କେନ୍ଦ୍ରୀୟ ଅନୁଦାନ ନ ମିଳିବାରୁ ରାଜ୍ୟ ସରକାର ୨୦୧୫-୧୬ରୁ ୨୦୧୭-୧୮ ମଧ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ ଓ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାରି ନାହିଁ।
ଅନ୍ୟପକ୍ଷରେ ରାଜସ୍ବ ପରିଚାଳନା ଓ ଟିକସ ବୃଦ୍ଧିରେ ସରକାର ସଫଳ ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ୧୩ ହଜାର ୩୬୭ କୋଟି ଟଙ୍କାର ବଳକା ରାଜସ୍ବ ହାସଲ କରିଛି। ସରକାର ୮୫,୨୦୪ କୋଟି ଟଙ୍କା ରାଜସ୍ବ ପାଇଛନ୍ତି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍‌ଡିପି)ର ୨୦.୪୮ ପ୍ରତିଶତ । ପୂର୍ବ ବର୍ଷ ତୁଳନାରେ ୧୪.୬୭ ପ୍ରତିଶତ ଅଧିକ ହୋଇଛି। ୨୦୧୭-୧୮ରେ ରାଜସ୍ବ ଖର୍ଚ୍ଚ (୭୧,୮୩୭ କୋଟି ଟଙ୍କା) ଅନୁରୂପ ବୃଦ୍ଧି ଘଟିଥିଲା। ୨୦୧୬-୧୭ ତୁଳନାରେ ୧୦.୪୫ ପ୍ରତିଶତ, ଯାହାକି ଜିଏସଡିପିର ୧୭.୨୭ ପ୍ରତିଶତ ଥିଲା। ପୂର୍ବ ବର୍ଷ ତୁଳନାରେ ପୁଞ୍ଜିଗତ ଖର୍ଚ୍ଚ ୧୪.୨୮ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏସବୁ ସତ୍ତ୍ୱେ ବିତ୍ତୀୟ ନିଅଣ୍ଟ ୧,୩୬୦ କୋଟି ଟଙ୍କା ରହିଛି, ଯାହା ୨.୨୫ ପ୍ରତିଶତ। ଏଫଆର ବିଏମ(ସଂଶୋଧନ) ଧାରା ୨୦୧୬ରେ ନିର୍ଦ୍ଧାରିତ ବିତ୍ତୀୟ ଧାର୍ଯ୍ୟଲକ୍ଷ୍ୟକୁ ଏହା ପୂରଣ କରିପାରିଛି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଋଣ ଓ ଜିଏସଡିପିର ଅନୁପାତ ୨୫ ପ୍ରତିଶତଠାରୁ କମ ଥିଲା। ତେବେ ବକେୟା ଦେୟ ୨୦୧୩-୧୪ ଠାରୁ (୧୫.୦୮%) ବୃଦ୍ଧି ପାଇ ୨୩.୩୬ ପ୍ରତିଶତରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri