ସିଏଏ ସମର୍ଥନରେ ୪୫୦କିିମି ତ୍ରିରଙ୍ଗା ପଦଯାତ୍ରା

ପୁରୀ ଅଫିସ,୨୯।୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ଜଳୁଛି ଦିଲ୍ଲୀ। ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ବିଭିନ୍ନ ସ୍ଥାନରେ ସିଏଏ ସମର୍ଥକ ଏବଂ ବିରୋଧୀ ମୁହଁ।ମୁହିଁ ହେଉଛନ୍ତି। ତେବେ ଏଭଳି ସ୍ଥଳେ ସିଏଏ ସମର୍ଥନରେ ୪୫୦ କିମି ତ୍ରିରଙ୍ଗା ପଦଯାତ୍ରା କରିଛନ୍ତି ଜଣେ ଯୁବକ। ଝାରସୁଗୁଡ଼ା ଜିଲା ବ୍ରଜରାଜନଗରରୁ ତ୍ରିରଙ୍ଗା ପଦଯାତ୍ରାରେ ବାହାରିଥିବା ଯୁବକ ରବି କୁମାର ସୋନି ଶୁକ୍ରବାର ପୁରୀରେ ପହଞ୍ଚତ୍ଛନ୍ତି। ପୂର୍ବାହ୍ନରେ ସେ ଏଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ପଦଯାତ୍ରା ଶେଷ କରିଛନ୍ତି। ଓଡ଼ିଶା ୟୁଥ୍‌ ଏଗ୍‌ନେଷ୍ଟ କରପ୍‌ସନର ସଂଯୋଜକ ଥିବା ରବିକୁମାର ଗତ ୧ ତାରିଖରୁ ବ୍ରଜରାଜନଗରର ମା’ ରାମଚଣ୍ଡୀ ଶକ୍ତିପୀଠରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ସିଏଏକୁ ସମର୍ଥନ, ଭ୍ରଷ୍ଟାଚାରକୁ ବିରୋଧ ଏବଂ ତୃତୀୟ ଲିଙ୍ଗଙ୍କୁ ଆରକ୍ଷଣ ଦାବି କରି ସେ ଏହି ପଦଯାତ୍ରାରେ ବାହାରିଥିଲେ। ୨୮ ଦିନରେ ୪୫୦ କିମି ଯାତ୍ରା କରି ପୁରୀରେ ପହଞ୍ଚତ୍ଛନ୍ତି। ଏହି ସମୟରେ ସେ ୭ଟି ଜିଲା (ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ)କୁ ଅତିକ୍ରମ କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କଠାରୁ ଦସ୍ତଖତ ସଂଗ୍ରହ କରିଛନ୍ତି। ପ୍ରାୟ ୪୫୦ ଲୋକଙ୍କଠାରୁ ସେ ଦସ୍ତଖତ ସଂଗ୍ରହ କରିପାରିଛନ୍ତି। ଏହି ଦସ୍ତଖତର ଜେରକ୍ସ କପିକୁ ସେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଭାଜପା ସଭାପତିଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ରବିକୁମାର। ଏହି ଯାତ୍ରା ସମ୍ପର୍କରେ ସେ କହିଛନ୍ତି, ଜଣେ ସାଥୀ ସାହେବ କୁମାର ମାଝି ବାଇକ୍‌ ଧରି ତାଙ୍କ ସହିତ ଆସିଥିଲେ। ସେ ଦିନକୁ ପ୍ରାୟ ୨୨ କିମି ଚାଲିଥାନ୍ତି। ରାତିରେ ଧର୍ମଶାଳା କିମ୍ବା ମନ୍ଦିରରେ ରହିଥାନ୍ତି। ଏମିତି କି ଦୁଇରାତି ତାଙ୍କୁ ଗଛ ତଳେ ରହିବାକୁ ପଡିଥିଲା ବୋଲି କହିଛନ୍ତି ରବିକୁମାର।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri