ସିଏଏ, ଏନ୍‌ଆର୍‌ସି, ଏନ୍‌ପିଆର ବିରୋଧରେ ସଚେତନ କରାଇବ ସିପିଏମ୍‌

ଭୁବନେଶ୍ୱର,୨।୨(ବ୍ୟୁରୋ): ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର) ଆଧାରରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ପ୍ରସ୍ତୁତ କରାଯିବ। ଏହା ଦେଶକୁ ଧର୍ମଭିତ୍ତିରେ ପୁନର୍ବାର ଭାଗ କରିବା ପାଇଁ ଏକ ଚକ୍ରାନ୍ତ ବୋଲି ସିପିଏମ୍‌ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ କୁହାଯାଇଛି। ଏହିପରି ପଦ୍ଧତିକୁ ଦଳ ସମ୍ପୂର୍ଣ୍ଣ ଭାବେ ବିରୋଧ କରିବା ସହ କାର୍ଯ୍ୟକାରିଣୀରେ ଏହା ବିରୋଧରେ ପ୍ରସ୍ତାବ ଗୃହୀତ କରାଇଛନ୍ତି। ଗତ ଜାନୁୟାରୀ ୩୧ ତାରିଖରେ ଦଳର କାର୍ଯ୍ୟକାରିଣୀରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଶାସନ କରୁଥିବା ବିଜେଡିର ବଦଳୁଥିବା ଆଭିମୁଖ୍ୟକୁ ନେଇ ମଧ୍ୟ ସମାଲୋଚନା କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ବିଜେଡି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରିସାରିଛି। ଏହା ପରେ ଏନ୍‌ଆରସିକୁ ବିରୋଧ ନେଇ ମଧ୍ୟ ଘୋଷଣା କରିସାରିଛି। ହେଲେ ଏହା ପରେ ଏନ୍‌ପିଆର ପ୍ରକ୍ରିୟାକୁ ମଧ୍ୟ ସମର୍ଥନ କରିଛି। ତେଣୁ ବିଜେଡି ଜନଗଣଙ୍କ ସହ ଛଳନା କରୁଥିବା ସିପିଏମ୍‌ କହିଛି। ଓଡ଼ିଶାରେ ୨୨ ପ୍ରତିଶତ ଆଦିବାସୀ ଏବଂ ୧୬ ପ୍ରତିଶତରୁ ଅଧିକ ଦଳିତ ରହିଛନ୍ତି। ସେମାନେ ବର୍ଷ ବର୍ଷ ଧରି ପ୍ରକୃତି କୋଳରେ ରହିଆସିଛନ୍ତି, କାଗଜପତ୍ର ସେମାନେ କେଉଁଠାରୁ ଆଣିବେ। କେନ୍ଦ୍ର ସରକାରଙ୍କ ଏହି ସବୁ ନୀତି ଦ୍ୱାରା ରାଜ୍ୟର ଅବହେଳିତ ବର୍ଗ ବହୁଳଭାବେ ପ୍ରଭାବିତ ହେବେ। ବିଜେଡି କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମସ୍ତ କାର୍ଯ୍ୟ କରୁଛି। ସିପିଏମ୍‌ ନେତା ଅଳି କିଶୋର ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ସମେତ ୧୩ ରାଜ୍ୟ ଏନ୍‌ଆରସିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୪ଟି ରାଜ୍ୟ ସିଏଏ-ଏନ୍‌ଆରସି-ଏନ୍‌ପିଆର ବିରୋଧରେ ପ୍ରସ୍ତାବ ଆଣିବା ସହ ଗୃହୀତ କରାଇଛନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କଠାରୁ କିଛି ଶିକ୍ଷା ଗ୍ରହଣ କରନ୍ତୁ ବୋଲି ଅଳି କିଶୋର କହିଛନ୍ତି। ସିପିଏମ୍‌ ଦ୍ୱାରା ଏ ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯିବ। ଆସନ୍ତା ୧୩ରେ ଦଳ ପକ୍ଷରୁ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବ। ଏଥିରେ ସୀତାରାମ ୟେଚୁରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୫ରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ମାର୍ଚ୍ଚ ୨୯ ଯାଏ ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri