ସିଆର୍‌ପିଏଫ୍‌ କ୍ୟାମ୍ପରେ ସ୍ବାଧୀନତା ଦିବସ, ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮- ରାୟଗଡାସ୍ଥିତ ସିଆର୍‌ପିଏଫ୍‌ର ୪ର୍ଥ ବାଟାଲିୟନ କ୍ୟାମ୍ପରେ ଗୁରୁବାର ସ୍ବାଦୀନତା ଦିବସ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ୪ର୍ଥ ବାଟାଲିୟନ କମାଣ୍ଡାଣ୍ଟ ଓ୍ବାଇ.କେ ରାଜପୁତ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇଥିଲେ। ଏହି ଅବସରରେ ସିଆର୍‌ପିଏଫ୍‌ ଯବାନଙ୍କୁ ସେମାନଙ୍କ ସାହସିକତା ପାଇଁ ସମ୍ମାନିତ କରାଯାଇଥିଲା। ଏହାପରେ ଯବାନମାନେ ସେବା ସମାଜ ଅନାଥ ଆଶ୍ରମ ଓ ଶକ୍ତି ଜରାଶ୍ରମକୁ ଯାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ, ସ୍ବାମୀ ବିବେକାନନ୍ଦ ଛାତ୍ରୀଛାତ୍ର ଓ ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ଭଉଣୀମାନେ ଯବାନଙ୍କୁ ରାଖୀ ବାନ୍ଧିଥିଲେ। ଯବାନମାନେ ଦେଶ ଓ ଏହାର ନାଗରିକଙ୍କୁ ସବୁବେଳେ ସୁରକ୍ଷା ଦେଉଥିବାରୁ ଆମେ ତାଙ୍କୁ ରାଖୀ ବାନ୍ଧିଛୁ ବୋଲି ଛାତ୍ରୀଛାତ୍ରମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ମିଟୁ ରୟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁମନ ମିଶ୍ର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଲକ୍ଷ୍ମୀ ନାରାୟଣଙ୍କ ସମେତ ଅନ୍ୟ ଯବାନମାନେ ଉପସ୍ଥିତ ଥିଲେ।