Categories: ଜାତୀୟ

ସିଆଚୀନ୍‌ ଗ୍ଲାସିୟରରେ ଭୟଙ୍କର ବରଫ ଝଡ଼: ୧୯ ହଜାର ଫୁଟ ଉଚ୍ଚରେ ୪ ଯବାନଙ୍କ ସମେତ ୬ ଶହୀଦ୍‌

ଜମ୍ମୁ,୧୯।୧୧: ଉତ୍ତର ଲଦାଖଠାରେ ଥିବା ସିଆଚୀନ୍‌ ଗ୍ଲାସିୟରରେ ଭୟଙ୍କର ବରଫ ଝଡ଼ରେ ୪ ଯବାନଙ୍କ ସମେତ ୬ ଶହୀଦ୍‌ ହୋଇଛନ୍ତି। ୧୯ ହଜାର ଫୁଟ ଉଚ୍ଚାରେ ଥିବା ଏହି ଗ୍ଲାସିୟରରେ ବରଫ ତଳେ ଯବାନମାନେ ପୋତି ହୋଇଯାଇଛନ୍ତି। ଶହୀଦ୍‌ଙ୍କ ମଧ୍ୟରେ ୨ ଜଣ ପୋର୍ଟର ଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଅପରାହ୍ନ ପରେ ଏଠାରେ ଭୟଙ୍କର ବରଫଝଡ଼ ଅନୁଭୁତ ହୋଇଥିଲା। ଏହି ସମୟରେ ମାଇନସ୍‌ ୩୦ ଡିଗ୍ରୀ ତାପମାତ୍ରାରେ ଏଠାରେ ୮ ଜଣିଆ ଭାରତୀୟ ସେନା ଦଳ ପାଟ୍ରୋଲିଂ କରୁଥିଲେ। ଅପରାହ୍ନ ୩ଟା ସମୟରେ ଜଣେ ଅସୁସ୍ଥ ଯବାନଙ୍କୁ ହସ୍ପିଟାଲ ନେବା ପାଇଁ ଏହି ଦଳ ଯାଉଥିବାବେଳେ ବରଫ ଝଡ଼ର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ହେଲିକପ୍ଟରରେ ଗୁରୁତର ଆହତ ଅବସ୍ଥାରେ ୪ ଯବାନ ଏବଂ ୨ ଜଣ ପୋର୍ଟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Share