ସାହିତ୍ୟ ଲାଗି ହତ୍ୟା ଧମକ ମିଳିଥିଲା:ଓଲ୍‌ଗା ଟୋକାରଜୁକ

ଓ୍ବାର୍ସ: ପୋଲାଣ୍ଡ ଜନ୍ମିତ ଔପନ୍ୟାସିକ ଓଲ୍‌ଗା ଟୋକାରଜୁକ(୫୭)ଙ୍କୁ ୨୦୧୮ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜଣେ ନିରାମଷାଶୀ ଓ ପରିବେଶବିତ୍‌ ଭାବେ ସେ ବେଶ୍‌ ଜଣାଶୁଣା। ଜଣେ ରାଜନୈତିକ ସମୀକ୍ଷକ ଭାବେ ଆଇନଗତ ତ୍ରୁଟିକୁ ସେ ଲେଖା ମାଧ୍ୟମରେ ଲୋକଲୋଚନକୁ ଆଣୁଥିଲେ। ତାଙ୍କର ବିଭିନ୍ନ କବିତା, ସମାଲୋଚନାମୂଳକ ଲେଖା ପ୍ରକାଶ ପାଇଥିଲା। ଫଳରେ ୨୦୧୫ରେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ଟୋକାରଜୁକ ଡଜନରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବାବେଳେ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ପୋଲାଣ୍ଡର ନାଇକ୍‌ ଲିଟରାରି ଆଓ୍ବାର୍ଡ, ବ୍ରିଟେନର ମ୍ୟାନ୍‌ ବୁକର ପ୍ରାଇଜ୍‌ ଭଳି ଅନେକ ପୁରସ୍କାର ତାଙ୍କୁ ମିଳିଛି। ତାଙ୍କର ଅନେକ ଲେଖା ନାଟକ ଓ ଫିଲ୍ମ ମାଧ୍ୟମରେ ପରିପ୍ରକାଶ ହୋଇଛି। ହିନ୍ଦୀ, ଜାପାନିଜ୍‌ ଭଳି ୨୫ ଭାଷାରେ ତାଙ୍କ ଲେଖା ପ୍ରକାଶ ପାଇଛି। ୧୯୬୨ରେ ଜନ୍ମଗ୍ରହଣ କରିଥିବା ଟୋକାରଜୁକ ଓ୍ବାର୍ସ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନରେ ସ୍ନାତକୋତ୍ତର ପାସ୍‌ କରିଥିଲେ ହେଁ ସାହିତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ତାଙ୍କର ପ୍ରଥମ ଉପନ୍ୟାସ ‘ ଦ ଜର୍ନି ଅଫ୍‌ ଦ ପିପୁଲ ଅଫ୍‌ ଦ ବୁକ୍‌’ ୧୯୯୩ରେ ଓ ‘ଫ୍ଲାଇଟ୍‌’ ୨୦୦୭ରେ ରିଲିଜ୍‌ ହୋଇଥିଲା। ୨୦୧୮ରେ ସେ ମ୍ୟାନ୍‌ ବୁକର ପ୍ରାଇଜ୍‌ ପାଇଥିଲେ। କେବଳ ସେତିକି ନୁହେଁ, ସେ ଅନେକ ସମ୍ମାନର ଅଧିକାରୀ। ନୋବେଲ ପୁରସ୍କାର ତାଙ୍କ ସାହିତ୍ୟ ରୁଚିକୁ ଅଧିକ ସୁଗମ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri