ସ୍କୁଲ ପାଠପଢ଼ା ବେଳୁ ଥିଲା ସାହିତ୍ୟ ପ୍ରତି ଆକର୍ଷଣ:ପିଟର ହାଣ୍ଡ୍‌କେ

ଭିଏନା: ଅଷ୍ଟ୍ରିଆର ପିଟର ହାଣ୍ଡ୍‌କେଙ୍କୁ ୨୦୧୯ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସାହିତ୍ୟ ପ୍ରତି ତାଙ୍କର ରହିଥିବା ଅହେତୁକ ରୁଚି ସ୍କୁଲରେ ପାଠପଢ଼ିବା ବେଳୁ ରହିଆସିଛି। ଜର୍ମାନ୍‌ ଭାଷାରେ ସେ ଅନେକ ସାହିତ୍ୟ ରଚନା କରିଥିବାବେଳେ ଅନେକ ସମ୍ମାନର ମଧ୍ୟ ଅଧିକାରୀ ହୋଇପାରିଛନ୍ତି। ୧୯୪୨ ଡିସେମ୍ବର ୬ରେ ଜନ୍ମଗ୍ରହଣ କରିଥିବା ହାଣ୍ଡ୍‌କେ କ୍ୟାଥୋଲିକ ବୋର୍ଡିଂ ସ୍କୁଲରେ ପାଠପଢ଼ିଥିଲେ। ସ୍କୁଲ ମାଗାଜିନରେ ପ୍ରଥମ ଥର ଲାଗି ତାଙ୍କର ଲେଖା ପ୍ରକାଶ ପାଇଥିଲା। ପରେ ସେ ବିଭିନ୍ନ ଯୁବ ଲେଖକଙ୍କ ସଂସ୍ପର୍ଶରେ ଆସି ନିଜ ଲେଖାକୁ ଶାଣିତ କରିଥିଲେ। ୧୯୭୧ରେ ମା’ଙ୍କ ଆତ୍ମହତ୍ୟା ତାଙ୍କୁ ଗଭୀର ଆଘାତ ଦେଇଥିଲେ ହେଁ କେବେ ସେ ଲେଖାଠାରୁ ଦୂରେଇ ରହି ନ ଥିଲେ। ସ୍ବଲିଖିତ ‘ଦ ହର୍ନେଟ୍ସ’ ଏବଂ ନାଟକ ‘ଅଫେଣ୍ଡିଂ ଦ ଅର୍ଡିଏନ୍ସ’ ବେଶ୍‌ ଚର୍ଚ୍ଚିତ ଥିଲା। ୧୯୯୬ରେ ତାଙ୍କର ‘ ଏ ଜର୍ନି ଅଫ୍‌ ଦ ରିଭର: ଜଷ୍ଟିସ ଫର୍‌ ସର୍ବିୟା’ ଝଡ଼ ସୃଷ୍ଟି କରିଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ହାଣ୍ଡକେଙ୍କ ଲେଖା ଓ ମାନବୀୟ ଅଭିଜ୍ଞତା ତାଙ୍କୁ ବଳିଷ୍ଠ କରିପାରିଥିବା ସ୍ବୀଡିଶ୍‌ ଏକାଡେମୀ ପକ୍ଷରୁ କୁହାଯାଇଛି। ବିଭିନ୍ନ ଗଳ୍ପ, ଉପନ୍ୟାସ ଆଦି ଲେଖିବା ସହ ଜର୍ମାନ ନିର୍ଦ୍ଦେଶକ ତଥା ବନ୍ଧୁ ଓ୍ବିମ୍‌ ଓ୍ବେଣ୍ଡର୍ସଙ୍କୁ ନେଇ ସେ ଫିଲ୍ମ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ। ଏମିତିକି ଅନେକ ଫିଲ୍ମରେ ସେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

୧୫ ମୃତଦେହକୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ

ଭିଏଟନାମ, ୧୩ା୭: ଭିଏଟନାମ ‘ଫୁ କ୍ୱାକ୍‌’ ଦ୍ୱୀପ ନିକଟରେ ଗତକାଲି ଘଟିଥିବା ଦୁଖଦ ସ୍ପିଡ୍‌ବୋଟ୍‌ ଦୁର୍ଘଟଣା ପରେ ଆଜି ପରବର୍ତ୍ତୀ ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି। ଭାରତୀୟ ଦୂତାବାସର ସୂଚନା…

ବାଂଲାଦେଶରେ ପ୍ରଳୟଙ୍କରୀ ବନ୍ୟା : ୪୪ ମୃତ

ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ…

ଇଣ୍ଡିଆ ବ୍ଲକ୍‌ରେ ଯୋଗଦେବନି ଡିଏମ୍‌କେ

ଚେନ୍ନାଇ,୧୩ା୭:ପାର୍ଲାମେଣ୍ଟର ଆଗାମୀ ମୌସୁମୀ ଅଧିବେଶନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଦୃଢ଼ ବିରୋଧ କରିବା ପାଇଁ ଇଣ୍ଡିଆ ବ୍ଲକ୍‌ରେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଡିଏମ୍‌କେ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ…

ନେପାଳରେ ପୁଣି ଜେନ୍‌ ଜି ବିକ୍ଷୋଭ

କାଠମାଣ୍ଡୁ,୧୩ା୭: ନେପାଳ ସରକାର କୌଣସି ଥଇଥାନ ଯୋଜନା ନ କରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଥିବାରୁ ଏହାର ପ୍ରତିବାଦରେ ରାଜଧାନୀ କାଠମାଣ୍ଡୁରେ ରବିବାର ଜୋର୍‌ଦାର ବିକ୍ଷୋଭ ହୋଇଛି। ଶତାଧିକ…

ବ୍ୟାଙ୍କକ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୧୮ ମହିଳାଙ୍କ ସମେତ ଜଳିଗଲେ ୨୭

ବ୍ୟାଙ୍କକ୍‌,୧୩ା୭: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମ୍‌ରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ୧୮ ମହିଳାଙ୍କ ସମେତ ୨୭ଜଣ ଜିଅନ୍ତା…

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri