ସାହିତ୍ୟ ଆସରରେ ୪ ସାରସ୍ବତ ସାଧକ ସମ୍ବର୍ଦ୍ଧିତ

ବାରିପଦା ଅଫିସ,୩୧।୭: ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏକ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରଦୀପ ଚାନ୍ଦ ଉଦଘାଟନ କରିଥିଲେ। ସଂସଦର ସଭାପତି ଇଂ.ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତି୍ୟକ ପ୍ରାଧ୍ୟାପକ ଡ. ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ସାମାଜିକ କର୍ମୀ ସୁରେଶ ଚନ୍ଦ୍ର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ୪ ବିଶିଷ୍ଟ ସାରସ୍ବତ ସାଧକ, ଗାଳ୍ପିକ ଓ ପ୍ରାବନ୍ଧିକ ବିଜୟ କୁମାର ବାରିକ, ଗୀତିକାର ନିମାଇଁ ମହାନ୍ତି, କବି ଓ ସ୍ତମ୍ଭକାର ଭାଗବତ ପଣ୍ଡା ଓ କଥାଶିଳ୍ପୀ କବିତା ବାରିକଙ୍କୁ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସଂସଦର କାର୍ଯ୍ୟକାରୀ କମିଟି ସଦସ୍ୟ ସଞ୍ଜିତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାହିତି୍ୟକ ଆଶିଷ କୁମାର ବସା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବହୁ ବିଶିଷ୍ଟ ସାହିତି୍ୟକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।