‘ସାହିତ୍ୟର ମୌଳିକତା ଫେସ୍‌ବୁକ୍‌ ନଷ୍ଟ ନ କରୁ’

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ କବି ଡିଲେଶ୍ୱର ରଣା ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ସ୍ବରଚିତ ପୁସ୍ତକ ‘ସେଁର୍‌ରା’ ନିମନ୍ତେ ଏହି ପୁରସ୍କାର ପାଇବେ। ସମ୍ପ୍ରତି ସେ ଭବାନୀପାଟଣାସ୍ଥିତ କୁଟେନପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ସେ ଗପ, କବିତା, ଫିଚର, ଓ ନାଟକ ରଚନା ସହ ମଞ୍ଚରେ ଅଭିନୟ ମଧ୍ୟ କରନ୍ତି। ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ହେଉଛି ‘ସେଁର୍‌ରା’। ଟାଇମପାସ୍‌ ପୁସ୍ତକ ପ୍ରକାଶନୀ ସଂସ୍ଥା ଦ୍ୱାରା ଏହା ୨୦୨୧ରେ ପ୍ରକାଶ ପାଇଥିଲା। ଏହାପରେ ୨୦୨୨ରେ ତାଙ୍କର ‘ମେଲିଭୂଇଁ’ ଉପନ୍ୟାସ ପ୍ରକାଶିତ ହୋଇଥିଲା। ଏନ୍‌ସିଇଆର୍‌ଟିର ଆଦିବାସୀ ଭାଷା ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିରେ ସେ ଏକ୍ପପର୍ଟ ସଦସ୍ୟ ରହିଛନ୍ତି। ଜଣେ ଯୁବକବି ଭାବେ ନିଜର ପ୍ରଥମ ସଙ୍କଳନ ପାଇଁ ଯୁବ ପୁରସ୍କାର ହାତେଇଥିବା ଡିଲେଶ୍ୱରଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଆପଣଙ୍କୁ ଶୁଭେଚ୍ଛା। ପୁରସ୍କାର ପାଇଁ ମନୋନୀତ ହେବା ନେଇ ଆପଣଙ୍କ ପ୍ରତିକ୍ରିୟା?
ଧନ୍ୟବାଦ। ନିଶ୍ଟିତ ଭାବେ ଖବରଟି ବହୁତ ଆନନ୍ଦ ଆଣିଦେଇଥିଲା। ମୋ ଲେଖାକୁ ସ୍ବୀକୃତି ମିଳିବା ସହ ମୋ ପାଠକଙ୍କୁ ସମ୍ମାନ ମିଳିଛି। ଯେତିକି ଉତ୍ସାହିତ ଅଛି, ଆଗକୁ ସେମିତି ଦାୟିତ୍ୱ ମଧ୍ୟ ବଢ଼ିଯାଇଛି ବୋଲି ମୁଁ ଭାବୁଛି।
ଗଳ୍ପ ସଙ୍କଳନ ‘ସେଁର୍‌ରା’ ସମ୍ପର୍କରେ କ’ଣ କହିବେ?
ସମୁଦାୟ ୧୦ଟି ଗଳ୍ପକୁ ନେଇ ଏହି ପୁସ୍ତକ ରଚିତ। କଳାହାଣ୍ଡି ଜିଲାର ସଂସ୍କୃତି ଓ ପରମ୍ପରା ସହିତ ବିଶେଷକରି ବିସ୍ଥାପନ ପ୍ରସଙ୍ଗ, ନିୟମଗିରି ଆଦିବାସୀ ଏବଂ ଯେଉଁମାନେ ସଂଘର୍ଷପୂର୍ଣ୍ଣ ଜୀବନ ଜିଉଛନ୍ତି, ସେମାନଙ୍କ କଥା ଏହି ଗଳ୍ପରେ ରହିଛି। ସେମାନଙ୍କ ଚଳଣି, ପରମ୍ପରା, ସଂସ୍କୃତି ଉକ୍ତ ଗଳ୍ପଗୁଡ଼ିକରେ ସ୍ଥାନ ପାଇଛି। ଓଡ଼ିଆ ଗଳ୍ପରେ ଯେଉଁ ଲୋକକଥା, ଲୋକଗାଥା, ଲୋକଗୀତ ସବୁ ସ୍ଥାନିତ ହୋଇପାରିନାହିଁ ସେଗୁଡ଼ିକୁ ମୁଁ ଗପ ମାଧ୍ୟମରେ ପ୍ରୟୋଗ କରିବାର ଚେଷ୍ଟା କରୁଛି।
ଲେଖାଲେଖି କେବେଠୁ ଆରମ୍ଭ କଲେ?
୨୦୧୨ରେ ସିଟି ଟ୍ରେନିଂ ସମୟରୁ ଲେଖାଲେଖି ଆରମ୍ଭ କଲି। ପ୍ରଥମେ କବିତା ଲେଖୁଥିଲି। ପରବର୍ତ୍ତୀ ସମୟରେ ଗଳ୍ପ, ଉପନ୍ୟାସ ଓ ନାଟକ ମଧ୍ୟ ଲେଖିଲି। ଜୀବନରେ ସାମ୍ନା କରୁଥିବା ସମସ୍ୟା ଓ ସଂଘର୍ଷକୁ ସେହି ସମୟରେ ସମାଧାନ କିମ୍ବା ମୁକାବିଲା ନ କରିପାରିଲେ ସେଗୁଡ଼ିକ ମୋ ଲେଖାରେ ଉତୁରି ଆସେ। ପରିସ୍ଥିତି ମୋତେ ଲେଖିବାକୁ ବାଧ୍ୟ କରିଥିଲା। ସମସାମୟିକ ଲେଖକମାନଙ୍କ ଲେଖା ଦେଖି ଭାବୁଥିଲି, ମୁଁ ବୋଧେ ସେମିତି ଲେଖିପାରିବନି। ମାତ୍ର ସମୟକ୍ରମେ ପାଠକମାନଙ୍କ ଭଲପାଇବା ଓ ବରିଷ୍ଠ ଲେଖକଙ୍କ ଲେଖା ଅଧ୍ୟୟନ ଦ୍ୱାରା ମୁଁ ଲେଖିବା ପାଇଁ ଅଭିପ୍ରେରିତ ହେଲି।
ପୁସ୍ତକ ପଠନ ପ୍ରତି ଆଗ୍ରହ
କମିଯାଉଛି କି?
ହଁ ଟିକେ କମିଯାଇଛି, ମାତ୍ର ବେଶି ନୁହେଁ। ସାହିତ୍ୟରେ ଆମେ ଯଦି ରୁଚିପୂର୍ଣ୍ଣ ସହ ସମୟ, ପ୍ରସଙ୍ଗ ଓ ବର୍ତ୍ତମାନର ଚଳଣିକୁ ସ୍ଥାନ ଦେବା ତା’ହେଲେ କେବଳ ଯୁବପିଢ଼ି ନୁହେଁ, ସମସ୍ତ ବର୍ଗର ପାଠକ ଏହାକୁ ପଢ଼ିବେ। ଆମେ ବର୍ତ୍ତମାନ ଯେଉଁ ସମୟ ଜିଉଛୁ ସେ ସବୁର ପ୍ରତିନିଧିତ୍ୱ ଯୁବପିଢି ସାହିତ୍ୟ ମାଧ୍ୟମରେ ହିଁ କରିପାରିବେ।
ଆପଣ ଲେଖିବା ପାଇଁ ଉପାଦାନ କେଉଁଠୁ ପାଆନ୍ତି?
ମୁଁ ଭ୍ରମଣପ୍ରିୟ। କୁଆଡ଼େ ବୁଲିଗଲେ ସେଠାକାର ତୃଣମୂଳ ସ୍ତରର ଲୋକଙ୍କ ସଂଘର୍ଷ, ଜୀବନଯାପନ, ଆତ୍ମୀୟପଣକୁ ମୁଁ ମୋ ଲେଖା ମାଧ୍ୟମରେ ଉପସ୍ଥାପନ କରିଥାଏ। ଯେତେବେଳ ପର୍ଯ୍ୟନ୍ତ ମୋ ସାମ୍ନାରେ ପରିସ୍ଥିତି ବା ଘଟଣା ଘଟି ନ ଥାଏ କିମ୍ବା ସଂସ୍ପର୍ଶରେ ଆସି ନ ଥାଏ, ସେତେବେଳ ପର୍ଯ୍ୟନ୍ତ ମୁଁ ଲେଖିପାରେନାହିଁ।
କିଛି ପାଠକୀୟ ଅନୁଭୂତି ବାଣ୍ଟିବାକୁ ଚାହିଁବେ?
ଶରତ ପାଢ଼ୀ ବୋଲି ଜଣେ ପାଠକ ମୋତେ ନିୟମିତ ଫୋନ କରନ୍ତି। ଲେଖା ଆରମ୍ଭରୁ ସେ ଆଜିପର୍ଯ୍ୟନ୍ତ ମୋର ସବୁ ଲେଖା ପଢ଼ି ଫୋନ୍‌ ମାଧ୍ୟମରେ ମତାମତ ଦିଅନ୍ତି। ତାଙ୍କ ଫୋନକଲ୍‌ ହିଁ ମୋତେ ଲେଖିବାକୁ ମନୋବଳ ଦେଇଥାଏ।
ସାମାଜିକ ଗଣମାଧ୍ୟମରେ ସାହିତ୍ୟ ସର୍ଜନା ପ୍ରକ୍ରିୟାକୁ କିଭଳି ଦେଖୁଛନ୍ତି?
ଫେସବୁକ୍‌ ପୃଥିବୀର ସର୍ବବୃହତ ରଫ୍‌ଖାତା, ଯିଏ ଚାହିଁବ ସେ ଲେଖିପାରିବ। ସେଥିରେ ଲେଖା ହେଉଥିବା ସବୁ ସାହିତ୍ୟ ଯେ ସାହିତ୍ୟ ପଦବାଚ୍ୟ, ତାହା ମୁଁ ଗ୍ରହଣ କରିପାରୁନାହିଁ। ମାତ୍ର ଫେସବୁକ୍‌ ଅନେକଙ୍କୁ ଲେଖିବାର ସୁଯୋଗ ଦେଇଛି। ଫେସ୍‌ବୁକ୍‌ରେ ଲେଖିବା ପୂର୍ବରୁ ତାହାକୁ ପରିମାର୍ଜିତ କରିବାର ଆବଶ୍ୟକତା ରହିଛି, ଯେପରି ତାହା ସାହିତ୍ୟର ମୌଳିକତାକୁ ନଷ୍ଟ ନ କରୁ।
ଯୁବଲେଖକ ଭାବେ କିଛି ବାର୍ତ୍ତା ଦେବାକୁ ଚାହିଁବେ?
ପାଠକଙ୍କ ରୁଚିକୁ ଦେଖିବା ସହ ନିଜ ଭାବନାକୁ ବିକୃତ ନ କରି ଲେଖିବା ଆବଶ୍ୟକ। ଅଧିକ ଲେଖିବା ମୋହରେ ନ ରହି କମ୍‌ ଓ ଭଲ ଲେଖିବାକୁ ଚେଷ୍ଟା କରିବା ଉଚିତ୍‌।

– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?