ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ ନିତ୍ୟାନନ୍ଦ

ଲାଠୋର, ୧୧।୧୧(ଡି.ଏନ୍‌.ଏ.)-  ସରକାର ଅନେକ ଯୋଜନା କାଯ୍‌କାରୀ କରି ଗରିବ୍‌ ଦୁଖିକୁ ମାହାଲିଆ ଚିକିଛା ସୁବିଧା, ଉଷୋକଷା ଯୁଗେଇ ଦେଉଛନ୍‌। ହେଲେ ପରଚାର ପରସାର ଅଭାବୁ ଅନେକ ଗରିବ୍‌ ଦୁଖି ଯୋଜନା ବାବ୍‌ଦେ ଜାନି ନାଇଁପାରବାର। ଏନ୍‌ତାଥି ସେମାନେ ରୋଗ୍‌ରେ ପଡ଼ି ମୁର୍‌ତୁ ସଂଗେ ଯୁଝୁଛନ୍‌। ହେଲେ ଦୁଖର କଥା ଏନ୍‌ତା ରୁଗୀକର ଉପରେ ଥାନୀଅ ପରଶାସନ କି ସୁଆସ୍‌ତିଅ ବିଭାଗର ନଜର ନାଇଁ ପଡ଼ବାର। ଏନ୍‌ତା ଗୁଟେ ଘଟନା ଦେଖବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ସଦର ଗଁାର ଥାନାପଡ଼ାରେ।
ସୂଚନା ହିସାବେ ଥାନାପଡ଼ାର ନିତ୍ୟାନନ୍ଦ ସୁନାନୀ(୫୫)। ପରିବାର କହେଲେ ମାଏକିନା ଚଞ୍ଚଳା, ଝି’ ବର୍ଷା, ଦୁଇ ପୁଓ ଭୋଲା ଆର ଆକାଶକେ ନେଇ ସଁସାର। ଝି’ ଆର ବଡ଼ ପୁଓ ବିହାଚୁରା ହେଇ ସାରିଥିଲାବେଲେ ସାନପୁଓ ଅବିହାରି ରହିଛନ୍‌। ୪ ଡେସିମିଲ ଘରଡିହକେ ଛାଡ଼ିଦେଲେ ନିତ୍ୟାନନ୍ଦକଁର ସଁପତି ବଲି କିଛି ନାଇଁ। ନିତ୍ୟାନନ୍ଦ ଝନେ ସାଇକେଲ ମେକାନିକ। ସେ ସାଇକେଲ ମରାମତି କରି କୁଟୁମ ପୁଷୁଥିଲେ। ହେଲେ ଆଏଜ୍‌କେ ଦେଢ଼ ବଛର ହେଲା ସେ ପକ୍ଷାଘାତ ରୋଗ୍‌ରେ ଘରେ ପଡ଼ି ରହିଛନ୍‌। ଉଧାରବାଡ଼ କରି ଆସର ପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦ୍‌କା ତାକର ଡେବ୍‌ରି ଗୋଡ଼ହାତ୍‌ କାମ୍‌ ନାଇଁ କରବାର, ଠିକ୍‌ ସେ କଥା କହି ନାଇଁପାରବାର। ଖାଲି ଖଟେ ପଡ଼ି ରହି ମଟ୍‌ ମଟ୍‌ ଦେଖୁଛନ୍‌। ଏନ୍‌ତାଥି ଚଞ୍ଚଳା ତାକର ଗଧାମଖା, ଖାନାପିନା, ଝାଡ଼ାଝପଟ ସବୁପରକାର ସେବା ଯତନ୍‌ କରୁଛନ୍‌। ନିତ୍ୟାନନ୍ଦକଁର ସାନପୁଓ ବେରୋଜଗାର ଥିଲାବେଲେ ବଡ଼ପୁଓ ଭୋଲା ସାଇକେଲ ମରାମତି କରି ଦୁଇ ପଏସା ରୁଜଗାର କରୁଛନ୍‌। ହେଲେ ସେଟା ପରିବାରର ପେଟ୍‌କେ ହେଲେ ଦିହିକେ ନାଇଁ ପୁହୁଁଚିବାର। ଏନ୍‌ତା ଅଭାବ ଅନାଟନରେ ପରିବାର ଲୋକ ନିତ୍ୟାନନ୍ଦକୁଁ ଉଚ ଚିକିଛା ତ ଦୂରର କଥା ଠିକ୍‌ ସମିଆରେ ଉଷୋକଷା ଘିନି ଦେଇ ନାଇଁପାରବାର। ଏନ୍‌ତାଥି ଉପେ ଶୂଇନ୍‌ ଚଞ୍ଚଳା ଗଣମାଧ୍ୟମ ଜରିଆରେ ଆପ୍‌ନେର ଚିକିଛା ସାହାଯ୍‌ ଲାଗି ଜିଲା ପରଶାସନ ଆର ସୁଆସ୍‌ତିଅ ବିଭାଗକେ ଗୁହାରି କରିଛନ୍‌।