ସାଲେପୁର ନାବାଳିକା ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ,୨ମାସରେ ୪ଜଣଙ୍କୁ ଫାଶୀ

କଟକ ଅଫିସ/ନିଶ୍ଚିନ୍ତକୋଇଲି,(ଡି.ଏନ୍‌.ଏ.),୨୦-୯:ବହୁଚର୍ଚ୍ଚିତ ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତ ମହମ୍ମଦ ମୁସ୍ତାକଙ୍କୁ କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍‌ସୋ ଅଦାଲତ ଦୋଷୀ ସାବ୍ୟସ୍ତ କରି ଗୁରୁବାର ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ବନ୍ଦନା କର ସମସ୍ତ ତଥ୍ୟ ଓ ପ୍ରମାଣ ଆଧାରରେ ମୁସ୍ତାକଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଦଫା ୩୬୭(ଏ)(ବି),୩୦୨ ଓ ପୋକ୍‌ସୋ ଆଇନର ଦଫା ୬ ଅନୁଯାୟୀ ଅଭିଯୁକ୍ତଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୩୬୪(ଏ) ପ୍ରମାଣିତ ହୋଇ ନ ଥିବାରୁ ଅଦାଲତ ତାଙ୍କୁ ଏଥିରୁ ମୁକ୍ତ କରିଛନ୍ତି। ବୁଧବାର ଅଦାଲତ ମୁସ୍ତାକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅକ୍ଷୟ କୁମାର ନାୟକ ମାମଲା ପରିଚାଳନା କରୁଥିଲେ। ଏହି ମାମଲାକୁ ମିଶାଇ ଗତ ଦୁଇମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାର ପୋକ୍‌ସୋ ଅଦାଲତ ୪ଜଣ ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ଏପ୍ରିଲ ୨୧ ସନ୍ଧ୍ୟାରେ ସାଲେପୁର ଥାନା ଅଞ୍ଚଳର ଜଣେ ୬ ବର୍ଷୀୟା ନାବାଳିକା ତାଙ୍କ ଭାଇଙ୍କ ସହ ଖେଳୁଥିଲେ। ମୁସ୍ତାକ ପହଞ୍ଚତ୍ ନାବାଳିକାଙ୍କୁ ଚକୋଲେଟ୍‌ ଦେବା ବାହାନାରେ ଏକ ଅନ୍ଧାରୁଆ ସ୍ଥାନକୁ ଟେକି ନେଇଥିଲେ। ସେଠାରେ ବଳାତ୍କାର କରିବା ପରେ ତାଙ୍କ ମୁଣ୍ଡକୁ ପଥରେ ଛେଚି ଦେଇଥିଲେ। ନାବାଳିକା ଜଣଙ୍କ ମରିଗଲେ ବୋଲି ଭାବି ମୁସ୍ତାକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ନାବାଳିକାଙ୍କୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଅନ୍ଧାରୁଆ ସ୍ଥାନରୁ ନାବାଳିକାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଚିକିତ୍ସାଲାଗି ତାଙ୍କୁ ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୩ଜଣିଆ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରିଥିଲେ। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ୍‌ ୨୯ରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଘଟଣାଦିନ ରାତିରେ ଫେରାର ହେବାକୁ ଉଦ୍ୟମ କରୁଥିବା ମୁସ୍ତାକଙ୍କୁ ସାଲେପୁର ପୋଲିସ ମାଳହାଟ ଅଞ୍ଚଳରୁ ଗିରଫ କରି ଆଇପିସି ଦଫା ୩୭୬(୨) (ଆଇ) (ଏମ୍‌)/୩୦୭
ଅଭିଯୁକ୍ତଙ୍କୁ ଫାଶୀ…
ଆଇପିସି, ପୋକ୍‌ସୋ ଆଇନର ଦଫା ୬ରେ ଏକ ମାମଲା(ନଂ.୮୧/୨୦୧୮) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା। ଉକ୍ତ ମାମଲାରେ ପୋଲିସ ଘଟଣାର ମାତ୍ର ୧୯ଦିନରେ ୫ଶହ ପୃଷ୍ଠା ସମ୍ବଳିତ ଚାର୍ଜଶିଟ ଦାଖଲ କରିଥିଲା। କଟକର ପୋକ୍‌ସୋ ଅଦାଲତରେ ଏହି ସମ୍ବେଦନଶୀଳ ଘଟଣାର ତ୍ୱରିତ ଶୁଣାଣି ଆରମ୍ଭ ହୋଇଥିଲା। ମାମଲାରେ ୪୬ଜଣ ସାକ୍ଷୀଙ୍କ ମଧ୍ୟରୁ ୨୩ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମୃତା ନାବାଳିକା ପରିବାରକୁ କଟକ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଓଡ଼ିଶା ପୀଡିତ କ୍ଷତିପୂରଣ ଯୋଜନାରେ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଦେଶର ବିଭିନ୍ନ ରାଜ୍ୟରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲା ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସରକାର ପ୍ରୋଟେକ୍‌ଶନ୍‌ ଅଫ୍‌୍‌ ଚିଲ୍‌ଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍‌ ଅଫେନ୍‌ସେସ୍‌(ପୋକ୍‌ସୋ) ଆଇନରେ ସଂଶୋଧନ ଆଣିବା ନିମନ୍ତେ ଅଧ୍ୟାଦେଶ ପାରିତ କରିଥିଲେ। କଟକ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତଙ୍କ ରାୟ ପୂର୍ବରୁ ୨୦୧୯ ଜୁଲାଇ ୨୭ରେ ଅନୁଗୋଳ ପୋକ୍‌ସୋ ଅଦାଲତ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅନାମ ଦେହୁରୀ(୨୨)ଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଅନ୍ୟ ଏକ ଘଟଣାରେ ମୟୂରଭଞ୍ଜ ଜିଲା ଏଡିଜେ ଅଦାଲତ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ବେତନଟୀ ଥାନା ଅଞ୍ଚଳର ଯାମିନୀକାନ୍ତ ମହନ୍ତଙ୍କୁ ଗତ ଅଗଷ୍ଟ ୨୮ରେ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ସେହିପରି ଗତ ୧୦ରେ ଜଗତ୍‌ସିଂହପୁର ପୋକ୍‌ସୋ ଅଦାଲତ ଆଉ ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ କାଳିଆ ଓରଫ ଲବ ମାନା(୩୫)ଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri