‘ସାରୀପୂତ’ ନାଟକ ମଞ୍ଚସ୍ଥ

ପାଟଣା,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ କୁମାର ଉତ୍ସବ କମିଟିର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ କମିଟିର ସଭାପତି ବିବେକା ନନ୍ଦ ଦାଶଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଅବସରପ୍ରାପ୍ତ ନିର୍ଦେଶକ ଅଧ୍ୟାପକ କମଳା ପ୍ରସାଦ ମହାପାତ୍ର, ମୁଖ୍ୟବକ୍ତା ଭାବେ କବି ଚିତ୍ତରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଡ଼ଃ. ମାନସ ରଞ୍ଜନ ପଣ୍ଡା ଓ ସମ୍ପାଦକ ଦକ୍ଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ହିନ୍ଦୁ ଧର୍ମର ବ୍ୟବହାରିକତା ଓ ବୈଜ୍ଞାନିକ ସମ୍ମତ ଦିଗ ଉପରେ ଅଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସବୀର କୁମାର ଦାଶ ସଂଯୋଜନା କରିଥିଲେ। ଏହି ଅବସର ରେ ପ୍ରତିଷ୍ଠାତା ସଭ୍ୟ ଇଂ ବିଦ୍ୟାଧର ଦାଶ, ଗଙ୍ଗାଧର ଦାଶ, ଗୋପୀନାଥ ଦାଶ, ରଘୁନାଥ ଦାଶ, ସୋମନାଥ ସେଠୀ ଓ ସ୍ବର୍ଗତ ହରିହର ସାହୁ, ରାମଚନ୍ଦ୍ର ଦାଶ, ଯଦୁମଣି ବେହେରା ଓ ଆଲୋକ ଜ୍ୟୋତି ଦାଶଙ୍କୁ ମରଣତୋର ଭାବେ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଲିପକ କୁମାର ସାହୁ ଓ ଅବିନାଶ ଦାଶ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ‘ସାରୀପୂତ’ ନାଟକ ମଞ୍ଚସ୍ଥ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅବସର ପ୍ରାପ୍ତ ଶିକ୍ଷକ ସନାତନ ଦାଶ ଓ ଅରୁଣ କୁମାର ଦାଶ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।