ସାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୨୨।୭: କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମର ପ୍ରତିଷ୍ଠାତା ସନ୍ତୋସ ରାଉଳ ଓରଫ ସାରଥୀଙ୍କୁ ସୋମବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି। ଏହା ସହିତ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ସାରଥୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଳ କୋର୍ଟ ଚାହିଁଲେ ତାଙ୍କ ଜାମିନ ଉପରେ ଅଧିକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଣେ ମହିଳା ଓ ତାଙ୍କ ନାବାଳିକା କନ୍ୟାଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ସାରଥୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ସେ ସମସ୍ତ ମାମଲାରେ ଜାମିନ ପାଇଥିବା ବେଳେ ଏହି ମାମଲାରେ ସେ ଜେଲରେ ଥିଲେ।