ସାରଥିଙ୍କ ନିର୍ଦ୍ଦେଶରେ ରଥ ଚଳାନ୍ତି ଅଶ୍ୱ

ପୁରୀ ଅଫିସ,୨୬ା୬: ଅଖିଳ ବ୍ରହ୍ମାଣ୍ଡନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରତିବର୍ଷ ତିନିରଥ ନିର୍ମାଣ କରାଯାଏ। ପବିତ୍ର ଘୋଷଯାତ୍ରାରେ ଏହି ତିନିରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ମଧ୍ୟରେ ବଡ଼ଦାଣ୍ଡର ବୁକୁ ଚିରି ଘୋର ଘର୍ଘର ନାଦରେ ଗଡ଼ିଚାଲେ ତିନିରଥ। ଆଉ ଏହି ରଥକୁ ଠିକଣା ପଥରେ ଆଗେଇ ନିଅନ୍ତି ସାରଥି। ଏହି ସାରଥିଙ୍କ ନିର୍ଦ୍ଦେଶରେ ହିଁ ଅଶ୍ୱମାନେ ରଥ ଚଳାନ୍ତି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହନ୍ତି, ପ୍ରତ୍ୟେକ ରଥରେ ସାରଥି ନିର୍ଦ୍ଦିଷ୍ଟ ସ୍ଥାନରେ ରଥକୁ ସଞ୍ଚାଳନ କରିବା ଭଙ୍ଗୀରେ ଅବସ୍ଥାନ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ସାରଥିଙ୍କ ନାମ ମାତଳୀ। ସେ ସୁସଜ୍ଜିତ ଭାବେ ଉପବେଶନ କରି ରଥ ସଞ୍ଚାଳନ ନିମନ୍ତେ ନିର୍ଦ୍ଦେଶ ଦେଇଥାନ୍ତି। ମାତଳୀ ହେଉଛନ୍ତି ଦେବରାଜ ଇନ୍ଦ୍ରଙ୍କ ସାରଥି। ଏହାଙ୍କର କନ୍ୟା ଗୁଣକେଶୀ। ସୁମୁଖ ନାମକ ନାଗକୁ ସେ ବିବାହ କରିଥିଲେ। ରଥ ଚାଳନା କରିବାର ସମସ୍ତ କୌଶଳ ମାତଳୀ ଜାଣନ୍ତି। ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ସାରଥିଙ୍କ ନାମ ଦାରୁକ। ମହାଭାରତର ମୂଷଳ ପର୍ବରେ ଦାରୁକଙ୍କ ସମ୍ବନ୍ଧରେ ବର୍ଣ୍ଣନା ରହିଛି। ସେ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ସାରଥି। ଯଦୁବଂଶ ଧ୍ୱଂସ ସମୟରେ ଶ୍ରୀକୃଷ୍ଣଙ୍କ ଅନ୍ତିମ ବାର୍ତ୍ତା ଦାରୁକ ଅର୍ଜୁନଙ୍କୁ ଜଣାଇଥିଲେ। ରଥ ଚାଳନାରେ ତାଙ୍କର ଦକ୍ଷତା ଅପ୍ରତିମ। ସେ ହିଁ ନନ୍ଦିଘୋଷ ରଥର ସଞ୍ଚାଳନ ଦାୟିତ୍ୱ ବହନ କରିଛନ୍ତି। ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ସାରଥିଙ୍କ ନାମ ଅର୍ଜୁନ। ଅର୍ଜୁନ ହେଉଛନ୍ତି ମଧ୍ୟମ ପାଣ୍ଡବ। ଦେବରାଜ ଇନ୍ଦ୍ରଙ୍କ ଔରସରୁ କୁନ୍ତିଙ୍କ ଗର୍ଭଜାତ। ସେ ଥିଲେ ଦ୍ୱାପର ଯୁଗର ଜଣେ ଅଦ୍ୱିତୀୟ ବୀର। ସେ ଶ୍ରୀକୃଷ୍ଣଙ୍କ ଭଗିନୀ ସୁଭଦ୍ରାଙ୍କୁ ବିବାହ କରିଥିଲେ। ସୁଭଦ୍ରା ଏବଂ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିଲେ। ତାଙ୍କର ଅନେକ ନାମ ଯଥା ଅର୍ଜୁନ, ଫାଲ୍‌ଗୁନି, ଶ୍ୱେତବାହାନ, କିରୀଟି, ସବ୍ୟସାଚୀ, ଧନଞ୍ଜୟ, ପାର୍ଥ ଇତ୍ୟାଦି। ସେ ଜଣେ ମହାନ ରଥଚାଳକ। ତେଣୁ ସେ ସୁଭଦ୍ରାଙ୍କ ରଥରେ ସାରଥି ଭାବେ ଅବସ୍ଥାପିତ ହୋଇଛନ୍ତି। ଏହି ସାରଥିମାନଙ୍କ ନେତୃତ୍ୱରେ ପ୍ରତ୍ୟେକ ରଥରେ ସଂଯୋଜିତ ୪ଟି ଲେଖାଏ ଘୋଡ଼ା ରଥକୁ ଟାଣି ନିଅନ୍ତି। ଶ୍ରୀବଳଭଦ୍ରଙ୍କ ରଥରେ ସଂଯୋଜିତ ଅଶ୍ୱମାନେ ହେଲେ ଶଙ୍ଖ, ସୁଚିତ୍ର, ଅଙ୍ଗଦ ଓ ମେଘନାଦ। ମତାନ୍ତରେ ବି ଦୁଇପ୍ରକାର ତୀବ୍ର, ଘୋର, ଦୀର୍ଘ ଓ ସ୍ବର୍ଣ୍ଣନାଭ ଏବଂ ସ୍ଥିରା, ଧ୍ରୁତି, ସ୍ଥିତି ଓ ପ୍ରଜ୍ଞା ରହିଛି। ଏମାନଙ୍କର ବର୍ଣ୍ଣ କୃଷ୍ଣ ବା କଳା ଅଟେ। ଶ୍ରୀଜଗନ୍ନାଥଙ୍କ ରଥରେ ସଂଯୋଜିତ ଘୋଡ଼ାମାନଙ୍କର ନାମ ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦାଶ୍ୱ। ମତାନ୍ତରେ ଏମାନଙ୍କ ନାମ ସୁଗ୍ରୀବ, ମେଘ, ପୁଷ୍ପ ଓ ବଳାହକ। ଏମାନଙ୍କ ରଙ୍ଗ ଶୁକ୍ଳ ବା ଧଳା। ସେହିପରି ଦେବୀ ସୁଭଦ୍ରାଙ୍କ ରଥର ଅଶ୍ୱ ହେଲେ ରୋଚିକା, ମୋଚିକା, ଜିତା ଓ ଅପରାଜିତା। ମତାନ୍ତରେ ପ୍ରଜ୍ଞା, ଅନୁଜ୍ଞା, ଘୋରା ଓ ଅଘୋରା। ଏମାନଙ୍କର ବର୍ଣ୍ଣ ରକ୍ତବର୍ଣ୍ଣ ବା ନାଲି। ରଥରେ ଗଜପତି ମହାରାଜା ଛେରାପହଁରା କରିସାରିବା ପରେ ଚାରମାଳ ଫିଟାଯାଏ। ଏହାପରେ ଘୋଡ଼ାମାନଙ୍କୁ ସଂଯୋଗ କରାଯାଏ। ଏହି ବଳିଷ୍ଠ ଅଶ୍ୱମାନେ ବଳପୂର୍ବକ ରଥମାନଙ୍କୁ ନେଇ ଯଥା ସ୍ଥାନରେ ପହଞ୍ଚାଇ ଦେଇଥାନ୍ତି ବୋଲି ଗବେଷକ ଡ. ଦାଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri