ସାମାଜିକ ବାସନ୍ଦ ନୁହେଁ, ସହଯୋଗ ଲୋଡ଼ା

ବିଶ୍ୱରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୩୦ ଜାନୁୟାରୀରେ ବିଶ୍ୱ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି। । ଏହି ଦିବସରେ ଗାନ୍ଧିଜୀଙ୍କୁ ମଧ୍ୟ ସ୍ମରଣ କରାଯାଏ। ଗାନ୍ଧିଜୀ ଏହି ରୋଗକୁ ଭଲ ଭାବେ ବୁଝିଥିଲେ ଓ ରୋଗୀଙ୍କ ସେବା ବି କରୁଥିଲେ। ବିଶ୍ୱରେ ସବୁଠୁ ପୁରୁଣା ରୋଗ ହେଉଛି କୁଷ୍ଠରୋଗ। ପୂର୍ବେ ଏହାର ଚିକିତ୍ସା ପଦ୍ଧତି ବାହାରି ନଥିବାବେଳେ ଲୋକମାନେ ସାମାଜିକ ବାସନ୍ଦର ଶିକାର ହୋଇ ଘରଛାଡି ବାହାରେ ରହିବାକୁ ବାଧ୍ୟ ହେଉଥିଲେ। ଆମ ଦେଶରେ ଏହାକୁ ‘ବଡ ରୋଗ’ ବୋଲି ଲୋକେ କହନ୍ତି। ଏହାକୁ ଅଭିଶାପର ଫଳ ଓ କଳଙ୍କ ବୋଲି ମନେକରନ୍ତି। କେବଳ ଭାରତ ନୁହେଁ ବିଶ୍ୱର ବହୁ ଦେଶରେ ଏହି ରୋଗ ଏକ କଳଙ୍କ ନୁହେଁ ବୋଲି ଲୋକମାନଙ୍କୁ ଅବଗତ କରାଯାଇ ରୋଗାକ୍ରାନ୍ତ ବ୍ୟକ୍ତି ଘର ଓ ସମାଜରେ ଯେମିତି ବାସନ୍ଦ ନ ହୁଅନ୍ତି ତା’ ଉପରେ ଏହି ଦିବସରେ ଜୋର ଦିଆଯାଇଥାଏ। କୁଷ୍ଠକୁ ନେଇ ବସାବାନ୍ଧିଥିବା ଭ୍ରମ ଧାରଣା ଦୂର କରିବାରେ ଏହି ଦିବସ ଅନେକ ସଫଳତା ପାଇଛି। ବିଶ୍ୱକୁ ସମ୍ପୂର୍ଣ୍ଣ କୁଷ୍ଠମୁକ୍ତ କରିବା ଲକ୍ଷ୍ୟରେ ବର୍ତ୍ତମାନ ବିଶ୍ୱର ୧୦୦ଟିରୁ ଊର୍ଦ୍ଧ୍ୱ ଦେଶରେ ଏହା ପାଳନ କରାଯାଉଛି। ଷାଷ୍ଠିଏ ଦଶକର ଆରମ୍ଭରେ ଏହି ରୋଗ ଲାଗି ପ୍ରଥମେ ଓଷଧ ଆବିଷ୍କାର ହେବା ପରେ ମଲ୍ଟି ଡ୍ରଗ ଥେରାପୀ(ଏମ୍‌ଡିଟି) ଚିକିତ୍ସାରେ ବ୍ୟବହାର କରାଯାଇଥିଲା। ୧୯୮୧ରେ ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ବୀକୃତି ଦେବା ପରେ ଏହି ରୋଗକୁ ନିୟନ୍ତ୍ରଣ କରିବା ସହଜ ହୋଇଛି। ୧୯୮୫ରୁ ଡବ୍ଲ୍ୟୁଏଚଓ ଏମ୍‌ଡିଟି ମାଗଣାରେ ଯୋଗାଇ ଦେଉଛି। ତଥାପି ୨୦୧୮ରେ ୧୫୯ଟି ଦେଶରେ ୨୦୮୬୧୯ ଜଣ ନୂଆ ରୋଗୀ ସାମ୍‌ନାକୁ ଆସିଥିଲେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଦିବସ ଅବସରରେ କୁଷ୍ଠରୋଗଗ୍ରସ୍ତଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଜୋର୍‌ ଦିଆଯାଏ। ସରକାରୀ ସଂସ୍ଥା ବ୍ୟତୀତ ବେସରକାରୀ ସଂଗଠନ ଓ ସାମାଜିକ କର୍ମୀମାନେ ଲୋକମାନଙ୍କଠାରୁ ସାହାଯ୍ୟ ସଂଗ୍ରହ କରି କୁଷ୍ଠରୋଗୀମାନଙ୍କ ଲାଗି ଫଣ୍ଡ୍‌ ବୃଦ୍ଧି କରିଥାନ୍ତି। ଅନେକ ବର୍ଷ ଧରି ଦାରିଦ୍ର୍ୟ ଓ କୁଷ୍ଠରୋଗ ମଧ୍ୟରେ ସମ୍ବନ୍ଧ ରହିଥିବା ଲକ୍ଷ୍ୟ କରାଯାଇଛି। ଦେଖାଯାଇଛି ଆର୍ଥିକସ୍ତରରେ ଦୁର୍ବଳ ଲୋକମାନେ ବେଶି କୁଷ୍ଠରୋଗଗ୍ରସ୍ତ ହୋଇଥାନ୍ତି। ସାମାଜିକ ବାସନ୍ଦ ନୁହେଁ, ବରଂ ସେମାନଙ୍କୁ ସବୁ ସ୍ତରରୁ ସହଯୋଗ ଦରକାର। ଏଣୁ କୁଷ୍ଠରୋଗରେ ଆକ୍ରାନ୍ତ ଗରିବଙ୍କ ଅଭାବ ଦୂର କରିବା ଲାଗି ଏହି ଦିବସ ମଧ୍ୟ ଗୁରୁତ୍ୱ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri