ସାମାଜିକ ବାସନ୍ଦ ନୁହେଁ, ସହଯୋଗ ଲୋଡ଼ା

ବିଶ୍ୱରେ କୁଷ୍ଠରୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୩୦ ଜାନୁୟାରୀରେ ବିଶ୍ୱ କୁଷ୍ଠ ନିବାରଣ ଦିବସ ପାଳନ କରାଯାଉଛି। । ଏହି ଦିବସରେ ଗାନ୍ଧିଜୀଙ୍କୁ ମଧ୍ୟ ସ୍ମରଣ କରାଯାଏ। ଗାନ୍ଧିଜୀ ଏହି ରୋଗକୁ ଭଲ ଭାବେ ବୁଝିଥିଲେ ଓ ରୋଗୀଙ୍କ ସେବା ବି କରୁଥିଲେ। ବିଶ୍ୱରେ ସବୁଠୁ ପୁରୁଣା ରୋଗ ହେଉଛି କୁଷ୍ଠରୋଗ। ପୂର୍ବେ ଏହାର ଚିକିତ୍ସା ପଦ୍ଧତି ବାହାରି ନଥିବାବେଳେ ଲୋକମାନେ ସାମାଜିକ ବାସନ୍ଦର ଶିକାର ହୋଇ ଘରଛାଡି ବାହାରେ ରହିବାକୁ ବାଧ୍ୟ ହେଉଥିଲେ। ଆମ ଦେଶରେ ଏହାକୁ ‘ବଡ ରୋଗ’ ବୋଲି ଲୋକେ କହନ୍ତି। ଏହାକୁ ଅଭିଶାପର ଫଳ ଓ କଳଙ୍କ ବୋଲି ମନେକରନ୍ତି। କେବଳ ଭାରତ ନୁହେଁ ବିଶ୍ୱର ବହୁ ଦେଶରେ ଏହି ରୋଗ ଏକ କଳଙ୍କ ନୁହେଁ ବୋଲି ଲୋକମାନଙ୍କୁ ଅବଗତ କରାଯାଇ ରୋଗାକ୍ରାନ୍ତ ବ୍ୟକ୍ତି ଘର ଓ ସମାଜରେ ଯେମିତି ବାସନ୍ଦ ନ ହୁଅନ୍ତି ତା’ ଉପରେ ଏହି ଦିବସରେ ଜୋର ଦିଆଯାଇଥାଏ। କୁଷ୍ଠକୁ ନେଇ ବସାବାନ୍ଧିଥିବା ଭ୍ରମ ଧାରଣା ଦୂର କରିବାରେ ଏହି ଦିବସ ଅନେକ ସଫଳତା ପାଇଛି। ବିଶ୍ୱକୁ ସମ୍ପୂର୍ଣ୍ଣ କୁଷ୍ଠମୁକ୍ତ କରିବା ଲକ୍ଷ୍ୟରେ ବର୍ତ୍ତମାନ ବିଶ୍ୱର ୧୦୦ଟିରୁ ଊର୍ଦ୍ଧ୍ୱ ଦେଶରେ ଏହା ପାଳନ କରାଯାଉଛି। ଷାଷ୍ଠିଏ ଦଶକର ଆରମ୍ଭରେ ଏହି ରୋଗ ଲାଗି ପ୍ରଥମେ ଓଷଧ ଆବିଷ୍କାର ହେବା ପରେ ମଲ୍ଟି ଡ୍ରଗ ଥେରାପୀ(ଏମ୍‌ଡିଟି) ଚିକିତ୍ସାରେ ବ୍ୟବହାର କରାଯାଇଥିଲା। ୧୯୮୧ରେ ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ବୀକୃତି ଦେବା ପରେ ଏହି ରୋଗକୁ ନିୟନ୍ତ୍ରଣ କରିବା ସହଜ ହୋଇଛି। ୧୯୮୫ରୁ ଡବ୍ଲ୍ୟୁଏଚଓ ଏମ୍‌ଡିଟି ମାଗଣାରେ ଯୋଗାଇ ଦେଉଛି। ତଥାପି ୨୦୧୮ରେ ୧୫୯ଟି ଦେଶରେ ୨୦୮୬୧୯ ଜଣ ନୂଆ ରୋଗୀ ସାମ୍‌ନାକୁ ଆସିଥିଲେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଦିବସ ଅବସରରେ କୁଷ୍ଠରୋଗଗ୍ରସ୍ତଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଜୋର୍‌ ଦିଆଯାଏ। ସରକାରୀ ସଂସ୍ଥା ବ୍ୟତୀତ ବେସରକାରୀ ସଂଗଠନ ଓ ସାମାଜିକ କର୍ମୀମାନେ ଲୋକମାନଙ୍କଠାରୁ ସାହାଯ୍ୟ ସଂଗ୍ରହ କରି କୁଷ୍ଠରୋଗୀମାନଙ୍କ ଲାଗି ଫଣ୍ଡ୍‌ ବୃଦ୍ଧି କରିଥାନ୍ତି। ଅନେକ ବର୍ଷ ଧରି ଦାରିଦ୍ର୍ୟ ଓ କୁଷ୍ଠରୋଗ ମଧ୍ୟରେ ସମ୍ବନ୍ଧ ରହିଥିବା ଲକ୍ଷ୍ୟ କରାଯାଇଛି। ଦେଖାଯାଇଛି ଆର୍ଥିକସ୍ତରରେ ଦୁର୍ବଳ ଲୋକମାନେ ବେଶି କୁଷ୍ଠରୋଗଗ୍ରସ୍ତ ହୋଇଥାନ୍ତି। ସାମାଜିକ ବାସନ୍ଦ ନୁହେଁ, ବରଂ ସେମାନଙ୍କୁ ସବୁ ସ୍ତରରୁ ସହଯୋଗ ଦରକାର। ଏଣୁ କୁଷ୍ଠରୋଗରେ ଆକ୍ରାନ୍ତ ଗରିବଙ୍କ ଅଭାବ ଦୂର କରିବା ଲାଗି ଏହି ଦିବସ ମଧ୍ୟ ଗୁରୁତ୍ୱ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri