ସାମାଜିକ ବାସଁଦ୍‌ ଲାଗି ଅଟ୍‌କିଛେ ବାପର ଶୁଧିକାଯ୍‌

ବିନିକା, ୫।୨ (ଡି.ଏନ୍‌.ଏ)- ଆଏଜ୍‌କାର ବୈଜ୍ଞାନିକ୍‌ ଯୁଗ୍‌ରେ ମୁନୁଷ୍‌ ପୃଥିବୀରୁ ଯାଇ ଚନ୍ଦ୍ରରେ ପାଦ୍‌ ଥାପି ସାଏଲାନ। ହେଲେ ବି ଆମର ସମାଜରେ ଅନେକ୍‌ ଲୋକ୍‌ ଫୁକାଝରା, ଗୁନିଗାରେଡ଼ି, ସାମାଜିକ ବାସଁଦ୍‌ ଲେଖେଁ କୁସଂସ୍କାରରେ ବୁଡ଼ି ରହିଛନ୍‌। ଏନ୍‌ତା ଗୁଟେ ତାଜା ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଜୁଲୁଣ୍ଡା ପଁଚେତ୍‌ ଅଧୀନ ରଙ୍ଗପୁର ଗଁାରେ।
ସୂଚନା ଅନ୍‌ସାରେ ରଙ୍ଗପୁର ଗଁାର ଚୈତନ୍ୟ ମେଶୁଆ(୩୮)। ପରିବାର କହେଲେ କାଏକିନା ପାର୍ବତୀ(୩୩), ୨ ଝି’ ରଶ୍ମିତା(୨୨), ସସ୍ମିତା(୧୫) ଆର ୪ ପୁଓ ପଦ୍ମନାଭ(୧୮), ଆକାଶ(୧୨), ଆଶିଷ(୭), ବିକାଶ(୫)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ଦୁଖ୍‌ସୁଖ କରି ଚୈତନ୍ୟ ନିଜର କୁଟୁମ ପୁଷୁଛନ୍‌। ଏନ୍‌ତାଥି ତାକର ପରିବାରଟା ସାମାଜିକ ବାସଁଦ୍‌ର ଶିକାର ହେଇ ବଡ଼ା ଗୁଲ୍‌ଗୁଲାରେ ଜୀବନ୍‌ ବିତଉଥିବାର ଅଭିଯୋଗ କରିଛନ୍‌। ଗଲା ୨୨ା୩ା୨୦୧୯ରେ ମେଶୁଆ ଦମ୍ପତି ନିଉତା ପାଇ ଗଁାର ଝନେ ଜାତିଭାଇର ଝି’ର ପିଁଧାନିରେ ଯୋଗ ଦେଇଥିଲେ। ସେ ସମିଆରେ ବର ଘରୁ ଆସିଥିବାର ଗହନାଗଁାଠିକେ ନେଇ ପାର୍ବତୀ ମେଶୁଆ କନିଅଁା ଟୁକେଲକେ ଦେଖେଇଥିଲେ। ଇ ଛୁଟିଆ କଥାକେ ନେଇ ଜାତିଭାଇ ଭୁଲ ଧରବାର ସଂଗେ ମେଶୁଆ ପରିବାରକେ ସାମାଜିକ ବାସଁଦ୍‌ କରିଛନ୍‌। ଏହେଦେ ଗଁାର ଜାତିଭାଇ କେହି ମେଶୁଆ ପରିବାର ସଂଗେ ମିଲା ମିଶା ନାଇଁ କରବାର। ଇଆଡ଼େ ଗଲା ଜାନୁୟାରୀ ୩୦ ତାରିଖ ଚୈତନ୍ୟକଁର ବାପା ନାଥ ମେଶୁଆକଁର ମୁର୍‌ତୁ ହେଇଛେ। ସେନ୍‌ତା ତାକର ବଡ଼ ଝି’ ରଶ୍ମିତା(୨୨)ର ବିହାଘର ଲଗନ୍‌ ବି ଚଲତି ମାସର ୨୮ ତାରିଖ୍‌ ବାହାରିଛେ। ହେଲେ ସାମାଜିକ ବାସଁଦ୍‌ ଲାଗି ମେଶୁଆ ପରିବାର ଇଫାଲ ସେଫାଲ ନାଇଁ ହେଇପାରବାର। ରଙ୍ଗପୁର ଗଁାଟା ଆଦିବାସୀ, ହରିଜନ ବହୁଲ ହେଇଥିଲାବେଲ ଜାତିଭାଇ ବଲି ୫ ଘର ନ ରହିଛନ୍‌। ଜାତିଭାଇକର ଅସହଯୋଗ ଲାଗି ଚୈତନ୍ୟ ନିଜର ବାପ୍‌ର ଶୁଧିକାଯ୍‌ କରି ନାଇଁପାରବାର। ଇଆଡ଼େ ମୁଡ଼ ଉପରେ ଝି’ର ବିହାଘର ରହିଛେ। ଏନ୍‌ତାଥି ଉପେ ଶୂଇନ୍‌ ଚୈତନ୍ୟ ଗଣମାଧ୍ୟମ ଜରିଆରେ ସମସିଆର ସମାଧାନ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌। ନାଇଁହେଲେ ଆଗ୍‌କେ କିଛି ଅଘଟନ ଘଟଲେ ପରଶାସନ ଦାଇ ରହିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ପୁରୁଷୋତ୍ତମପୁର,୨୦ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି ଦୀର୍ଘବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡିରହି ତାର ଐତିହ୍ୟ…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri