ସାମାଜିକ ଦୂରତା ରଖି ପରିବା କିଣିଲେ

ସମ୍ବଲପୁର,୨୬।୩(ବ୍ୟୁରୋ)-କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ନେଇ ସମ୍ବଲପୁର ମହାନଗର ନିଗମ ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ସକାଳେ ପନିପରିବା ବଜାରରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଲୋକଙ୍କୁ ପୋଲିସ ସଚେତନ କରିଛି। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନ ଓ ପସରା ସମ୍ମୁଖରେ ଗୋଲ ଚିହ୍ନ ଦେଇ ଗ୍ରାହକଙ୍କୁ ଛିଡା ହେବାକୁ କୁହାଯାଇଥିଲା। ଗ୍ରାହକମାନେ ମଧ୍ୟ ଦୂରରେ ଛିଡା ହୋଇ କିରାନା ସାମଗ୍ରୀ ଓ ପନିପରିବା କିଣୁଥିବା ଦେଖିବାକୁ ମିଳୁଥିଲା। ଅନ୍ୟପକ୍ଷେ ଗୋଲବଜାର, ବୈଦ୍ୟନାଥ ଛକ, କମଳିବଜାର, ଅଇଁଠାପାଲି, ଧନୁପାଲି, ଗୋବିନ୍ଦତୋଲା, ଫାୟାରଷ୍ଟେଶନ ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।