ସାବେରୀ ନଦୀରେ ଡ୍ୟାମ୍‌ ନିର୍ମାଣ କରୁଛନ୍ତି ଛତିଶଗଡ଼ ସରକାର: ପ୍ରତିବାଦରେ ଜିଲା ଆଦିବାସୀ ସଂଘର ଶୋଭାଯାତ୍ରା

ମାଲକାନଗିରିି, ୧୧।୯(ଡି.ଏନ୍‌.ଏ)- ଛତିଶଗଡ଼ ସରକାର ସାବେରୀ ନଦୀରେ ଡ୍ୟାମ ନିର୍ମାଣ କରିବା ପ୍ରତିବାଦରେ ମଙ୍ଗଳବାର ମାଲକାନଗିରି ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ ମହୁପଦରଠାରେ ଜିଲା ଆଦିବାସୀ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ନଦୀର କାକାରାଲ ଓ ଭୀମସେନ ମଧ୍ୟରେ ଏକ ଡ୍ୟାମ ନିର୍ମାଣ କରାଯାଉଥିବାରୁ ଟେମୁରୁପାଲ୍ଲୀ ପଞ୍ଚାୟତ ଓ ମହୁପଦର ପଞ୍ଚାୟତର ବହୁ ଗ୍ରାମ ଜଳାର୍ଣ୍ଣବ ହେବାର ଆଶଙ୍କା ରହିଛି। ଏହାକୁ ବିରୋଧ କରି ଜିଲା ଆଦିବାସୀ ସଂଘ ନେତା ବିଦେଶୀ ଗୌଡ଼, ସରପଞ୍ଚ ବସନ୍ତ ମାଡ଼ିଙ୍କ ସମେତ ବହୁ ଆଦିବାସୀ ନେତା ଓ ସରପଞ୍ଚ ଯୋଗ ଦେଇ ମହୁପଦରଠାରେ ଏକ ଶୋଭାଯାତ୍ରା କରି ଛତିଶଗଡ଼ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି। ଏଥିରେ ହଜାର ହଜାର ଆଦିବାସୀ ଯୋଗ ଦେଇଥିଲେ ା