Posted inଖେଳ

ସାବାସ ସ୍ବସ୍ତି

ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ନିଜ ପ୍ରତିଭା ଏବଂ ଦକ୍ଷତାର ପରିଚୟ ଦେଇଛନ୍ତି ଆର୍‌ଏସ୍‌ପିର ସ୍ବସ୍ତି ସିଂ। ରାଜ୍ୟରେ ଅଭ୍ୟାସ ପାଇଁ ପିଚ୍‌ ଟ୍ରାକ୍‌ ଅଭାବ ସତ୍ତ୍ୱେ ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସେ ପ୍ରୟାସକୁ ଜୋରଦାର କରିଛନ୍ତି…

ଓଡ଼ିଶାର ପ୍ରଥମ ଆଥଲେଟ୍‌ ଭାବେ ସାଇକ୍ଲିଂ ପରି ଏକ ବ୍ୟୟବହୁଳ କ୍ରୀଡ଼ାକୁ ଆପଣେଇ ସଫଳତା ପାଇବା ସହ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ ପୁରୀର ମିନତି ମହାପାତ୍ର। ୮୦ ଦଶକରେ ତାଙ୍କର ଏହି ସଫଳତା ଓଡ଼ିଶାରେ ସାଇକ୍ଲିଂ କ୍ରୀଡ଼ାପ୍ରତି ଲୋକପ୍ରିୟତାକୁ ବଢ଼ାଇଥିଲା। ଅନେକ ଯୁବ ପ୍ରତିଭା ଆଦର୍ଶ ପାଲଟିଥିଲେ ମିନତି। ସାଇକ୍ଲିଂକୁ କ୍ୟାରିୟର କରି ଯେ ପ୍ରତିଷ୍ଠା ଅର୍ଜନ କରିହେବ ତାହା ସେ ପ୍ରମାଣିତ କରିଥିଲେ। ଏବେ ସେହି ପଥର ପଥିକ ଭାବେ ଆଗକୁ ବଢ଼ିବାର ସ୍ବପ୍ନ ଦେଖୁଛନ୍ତି ଅନେକ ଯୁବ ପ୍ରତିଭା। ରାଜ୍ୟ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଥିବା ଏହି ପ୍ରତିଭାଙ୍କ ମଧ୍ୟରୁ ଅନ୍ୟତମ ହେଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ଆରଏସପି)ର ସ୍ବସ୍ତି ସିଂ। ସମ୍ପ୍ରତି ୨୧ ବର୍ଷରୁ କମ୍‌ ବାଳିକା ଇଭେଣ୍ଟରେ ଭାଗ ନେଉଥିବା ସ୍ବସ୍ତି କେବଳ ସ୍ବପ୍ନ ଦେଖୁ ନାହାନ୍ତି ତାହାକୁ ସାକାର କରିବା ପାଇଁ ପ୍ରୟାସକୁ ଜୋରଦାର ମଧ୍ୟ କରିଛନ୍ତି। ରାଜ୍ୟ ସମେତ ଯେଉଁ ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ସେଠାରେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ନିଜ ପ୍ରତିଭାର ପରିଚୟ ଦେବା ସହ ଓଭରଅଲ ରନର୍ସଅପ୍‌ ହୋଇଛନ୍ତି।
ବାପା ଅମର ସିଂ ଆରଏସପିରେ ଚାକିରି କରିବା ସ୍ବସ୍ତିଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ସଦୃଶ ହୋଇଥିଲା। କାରଣ ସେହିଠାରେ ହିଁ ତାଙ୍କର ସାଇକ୍ଲିଂ କ୍ୟାରିୟରର ମୂଳଦୁଆ ପଡ଼ିଥିଲା। ସେଠାରେ ତାଙ୍କୁ ମିଳିଥିଲେ ସୁଶୀଲ କୁମାର ଦାସଙ୍କ ପରି ଜଣେ ଅନୁଭବୀ କୋଚ୍‌। ସ୍ନେହବତ୍ସଳ ସୁଶୀଲଙ୍କ ପ୍ରଶିକ୍ଷଣ ଏବଂ ବ୍ୟକ୍ତିଗତ ପ୍ରଚେଷ୍ଟା ଓ ପରିଶ୍ରମ ବଳରେ ସ୍ବସ୍ତି ଏବେ କ୍ରମେ ପରିଚିତ ହେବାରେ ଲାଗିଛନ୍ତି। ୨୦୧୫ ରେ ସ୍ବସ୍ତିଙ୍କ ସାଇକ୍ଲିଂ କ୍ୟାରିୟର ଆରମ୍ଭ ହୋଇଥିଲା। ସେହିବର୍ଷ କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ କ୍ୟାମ୍ପସରେ ଅନୁଷ୍ଠିତ ୩୮ତମ ଓଡ଼ିଶା ରାଜ୍ୟ ଟ୍ରାକ୍‌ ଆଣ୍ଡ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ସେ ଉଭୟ ୫୦୦ ଓ ୧୬୦୦ ମିଟର ବ୍ୟକ୍ତିଗତ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ସାଇକ୍ଲିଂର ୨ କିଲୋମିଟର ବ୍ୟକ୍ତିଗତ ପର୍ଶ୍ୟୁଟରେ ୨:୩୭.୦୦ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡ ସୃଷ୍ଟି କରିଥିବା ସ୍ବସ୍ତି ୨୦୧୮ ନଭେମ୍ବର ୨୧ରେ ହରିୟାଣାର କୁରୁକ୍ଷେତ୍ରଠାରେ ଆୟୋଜିତ ୨୩ତମ ଜାତୀୟ ରୋଡ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରି ପ୍ରତିଭା ଦେଖାଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିଛନ୍ତି ଏହି ଆଥଲେଟ୍‌। ୨୦୧୮ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ଏସିଆନ କପ୍‌ ଟ୍ରାକ୍‌ ସାଇକ୍ଲିଂର ଜୁନିୟର ମହିଳା ୨ କିଲୋମିଟର ବ୍ୟକ୍ତିଗତ ପର୍ଶ୍ୟୁଟରେ ୨:୪୧.୧୨୩ ସେକେଣ୍ଡ ସମୟ ନେଇ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୯ ସେପ୍ଟମ୍ବର ୯ରୁ ୧୧ ପର୍ଯ୍ୟନ୍ତ ଏସିଆ କପ୍‌ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୨ କିଲୋମିଟର ବ୍ୟକ୍ତିଗତ ପର୍ଶ୍ୟୁଟରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। କେବଳ ସେତିକି ନୁହେଁ ଏଥିରେ ସେ ୨:୩୫.୧୬୧ ସେକେଣ୍ଡ ସମୟ ନେଇ ପୂର୍ବ ଜାତୀୟ ରେକର୍ଡ(୨:୩୭.୦୦)କୁ ମଧ୍ୟ ଭାଙ୍ଗିଥିଲେ। ସେହିବର୍ଷ ଡିସେମ୍ବର ୭ରେ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ୧୩ତମ ସାଉଥ୍‌ ଏସିଆନ ଗେମ୍ସର ମହିଳା ବ୍ୟକ୍ତିଗତ ରୋଡ ରେସ୍‌ ଇଭେଣ୍ଟରେ ସେ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ।
ପିଚ୍‌ ଟ୍ରାକ୍‌ ନିହାତି ଆବଶ୍ୟକ
ଅଭ୍ୟାସ ପାଇଁ ଭିତ୍ତିଭୂମିର ଅଭାବ ସତ୍ତ୍ୱେ ପିଲାମାନେ ଯେପରି ପ୍ରଦର୍ଶନ କରୁଛନ୍ତି ବାସ୍ତବିକ ପ୍ରଶଂସନୀୟ। ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଉଭୟ ସ୍ବସ୍ତି ସିଂ ଓ ଦୀନେଶ କୁମାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କ୍ରୀଡ଼ା ପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ଆରଏସପିରେ ପିଲାମାନେ ଏକ ପିଚୁ ଟ୍ରାକ୍‌ ଉପରେ ଅଭ୍ୟାସ କରୁଛନ୍ତି। ସରକାରଙ୍କ ପକ୍ଷରୁ ସିମେଣ୍ଟ ଟ୍ରାକ୍‌ ପ୍ରସ୍ତୁତ କରାଗଲେ ବହୁତ୍‌ ଭଲ। ନଚେତ୍‌ ଅତିକମ୍‌ରେ ଯେ କୌଣସି ସ୍ଥାନରେ ଏକ ପିଚ୍‌ ଟ୍ରାକ୍‌ ପ୍ରସ୍ତୁତ କରାଗଲେ ମଧ୍ୟ ପିଲାମାନଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ଆସିବ ଏବଂ ଅଧିକରୁ ଅଧିକ ପିଲା ମଧ୍ୟ ଓଡ଼ିଶାରୁ ବାହାରି ପାରିବେ ବୋଲି କୋଚ୍‌ ସୁଶୀଲ ଦାସ ପ୍ରକାଶ କରିଛନ୍ତି। ଆରଏସପିରେ ଏବେ ୪୫ ପିଲା ଅଭ୍ୟାସ କରୁଛନ୍ତି। ଆବଶ୍ୟକ ସାଇକେଲ ନ ଥିବାରୁ ପର୍ଯ୍ୟାୟକ୍ରମେ ପିଲାଙ୍କୁ ସୁଯୋଗ ଦିଆଯାଉଛି। ପିଲାମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଟ୍ରେନିଂ କରିଥାନ୍ତି। ପ୍ରତିଦ୍ୱନ୍ଦ୍ୱିତା ବଢ଼ୁଛି। ତେଣୁ ଭିତ୍ତିଭୂମି ପ୍ରସ୍ତୁତ ନ ହେଲେ ଓଡ଼ିଶା ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟକ୍କର ଦେବା କଷ୍ଟକର ହୋଇପଡ଼ିବ ବୋଲି ସୁଶୀଲ କହିଛନ୍ତି।

ସଂକ୍ଷେପରେ ସ୍ବସ୍ତି
ନାମ: ସ୍ବସ୍ତି ସିଂ
ଜନ୍ମ: ୨୦୦୧ ମେ ୧୬, ରାଉରକେଲା
ପରିବାର: ମା-ଉମା ଦେବୀ, ବାପା-ଅମର ସିଂ
କୋଚ୍‌: ସୁଶୀଲ କୁମାର ଦାସ
ଶିକ୍ଷାଗତ ଯୋଗ୍ୟତା: +୨


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri