ସାପ କାମୁଡ଼ାରେ ନାବାଳକ ମୃତ

ଅନୁଗୋଳ ଅଫିସ,୧୪।୯: ଅନୂୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୋଡ଼ାପଡ଼ା ଅଞ୍ଚଳର ଶକ୍ତି ପ୍ରସାଦ ନାଏକ(୧୬)। ଶୁକ୍ରବାର ବିଳମ୍ବିତ ରାତିରେ ଶକ୍ତି ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଏହା ଜାଣିପାରି ପରିବାରଲୋକେ ତାଙ୍କୁ ପ୍ରଥମେ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।