Posted inଜାତୀୟ

ସାନି ଆବେଦନ ପାଇଁ ମମତାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨ା୫(ପି.ଟି.): ପଶ୍ଚିମବଙ୍ଗର ୩୧ଟି ନିର୍ବାଚନମଣ୍ଡଳୀରେ ସଦ୍ୟସମାପ୍ତ ନିର୍ବାଚନରେ ବିଜୟ ବ୍ୟବଧାନ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ କଟିଥିବା ଭୋଟର ସଂଖ୍ୟାଠାରୁ କମ୍‌ ବୋଲି ଦାବି ହୋଇଥିଲା। ଏହା ଉପରେ ସାନି ଆବେଦନ କରିବାକୁ ସୁପ୍ରିମକୋର୍ଟ ସୋମବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏସ୍‌ଆଇଆର୍‌ରେ ବାଦ୍‌ ପଡ଼ିଥିବା ଭୋଟର ସଂଖ୍ୟାଠାରୁ ବିଜୟ ବ୍ୟବଧାନ କମ୍‌ ହେଲେ ଅଦାଲତ ଏହାର ବିଚାର କରିବେ ବୋଲି ପୂର୍ବରୁ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଟିପ୍ପଣୀ ଦେଇଥିବାରୁ ବରିଷ୍ଠ ଆଇନଜୀବୀ ତଥା ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ଏହାକୁ ଆଧାର କରି ୩୧ଟି ନିର୍ବାଚନ ମଣ୍ଡଳୀରେ ଏଭଳି ହୋଇଥିବା ଅଭିଯୋଗ କରିଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍‌ ବାଗ୍‌ଚୀଙ୍କ ଖଣ୍ଡପୀଠ କଲ୍ୟାଣଙ୍କୁ ଯୁକ୍ତିକୁ ଗ୍ରହଣ କରିବା ସହ ସାନି ଆବେଦନ କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡି.ଏସ୍‌. ନାଇଡୁ ଉପସ୍ଥିତ ରହି କଲ୍ୟାଣଙ୍କ ଦାବିକୁ ବିରୋଧ କରିଥିଲେ। କେବଳ ଏସ୍‌ଆଇଆର୍‌ ସମ୍ପର୍କିତ ବିଷୟ ଏବଂ ଭୋଟର ତାଲିକା ସଂଶୋଧନ ବେଳେ ଭୋଟରଙ୍କ ନାମ ସଂଯୋଗ କିମ୍ବା ବାଦ୍‌ ପଡ଼ିବା ସମ୍ପର୍କିତ ଅଭିଯୋଗ ଉପରେ ନିର୍ବାଚନ କମିଶନଙ୍କୁ ଉତ୍ତରଦାୟୀ କରାଯାଇପାରିବ ବୋଲି ନାଇଡୁ କହିଥିଲେ। ଏହାର ଜବାବରେ କଲ୍ୟାଣ ଜଷ୍ଟିସ୍‌ ବାଗ୍‌ଚୀଙ୍କ ପୂର୍ବ ଟିପ୍ପଣୀକୁ ମନେ ପକାଇଦେଇ କହିଥିଲେ, ତାଙ୍କର ଜଣେ ପ୍ରାର୍ଥୀ ମାତ୍ର ୮୫୨ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଏସ୍‌ଆଇଆର୍‌ ବେଳେ ଉକ୍ତ ନିର୍ବାଚନମଣ୍ଡଳୀରେ ୫,୫୫୦ ଭୋଟରଙ୍କ ନାମ ବାଦ୍‌ ପଡ଼ିଥିଲା। ଏଭଳି ୩୧ଟି ଆସନରେ ବାଦ୍‌ ପଡ଼ିଥିବା ଭୋଟର ସଂଖ୍ୟାଠାରୁ କମ୍‌ ବ୍ୟବଧାନରେ ବିଜୟ ହୋଇଥିବା କଲ୍ୟାଣ କହିଥିଲେ। ଏଥିପାଇଁ ଏକ ଅଲଗା ଆବେଦନ କରାଯିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ବାଗ୍‌ଚୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲୋର ଟେଷ୍ଟ ପୂର୍ବରୁ AIADMK ଦୁଇଟି ଗୋଷ୍ଠୀରେ ବିଭକ୍ତ, ଗୋଟିଏ ବିଜୟଙ୍କ TVK କୁ କରିବ ସମର୍ଥନ

ଚେନ୍ନାଇ,୧୨।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। AIADMK ଭିତରେ ଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇଛି। ସୂତ୍ର…

ଦ୍ୱିତୀୟଥର ଲାଗି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ, ମୋଦିଙ୍କ ସହ ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା

ଗୁଆହାଟି,୧୨।୫: ଆସାମରେ, ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସକାଳ…

ତୈଳ ସଙ୍କଟକୁ ନେଇ ବିଗିଡିଲାଣି ଅନେକ ଦେଶର ସ୍ଥିତି, ଭାରତକୁ ନେଇ ଇରାନ କହିଲା ଗୁରୁତ୍ୱପୂର୍ଣ୍ଣ କଥା

ତେହରାନ,୧୨।୫: ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁ ବିଶ୍ୱ ଯୋଗାଣ ଶୃଙ୍ଖଳା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ଇରାନ ଏହି…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ୧୫ ଦିନ ଭିତରେ ହେବ…

ଚେନ୍ନାଇ,୧୨।୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ, ଥାଲାପତି ବିଜୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ ଷ୍ଟାଣ୍ଡର ୫୦୦ ମିଟର…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଏହିସବୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଏମ୍‌ପି

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ସୋମବାର ଭୁବନେଶରସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ସେ ବରଗଡ଼ ସଂସଦୀୟ କ୍ଷେତ୍ରର…

ମୁଣ୍ଡରେ ପଗଡ଼ି ଭିଡ଼ି ଟ୍ରାକ୍ଟର ଚଳାଇଲେ ବିଧାୟକ: ଆଉ ତା’ପରେ ଘଟିଲା…

ବରଗଡ,୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିରେ ଏହାର ଶୁଭାରମ୍ଭ କରିବା ଅବସରରେ ପୂଜାପାଠ କରିବା…

ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ, ୧୨ ଆହତ

ରାଜଗଡ଼,୧୨।୫: ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ପାଚୋର ସହରରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ସହରର ମଧ୍ୟଭାଗରେ ଅବସ୍ଥିତ ଚୁନ୍ନାଲାଲ-ମୁନ୍ନାଲାଲ ଭାରତ ପେଟ୍ରୋଲ ପମ୍ପରେ ସୋମବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri