ସାନରକ୍ସିଠାରେ ସୁନ୍ଦରଗଡ ଖାଦାନ ମଜଦୁର ୟୁନିୟନର ଶ୍ରମିକ ସମାବେଶ: ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ

 

ଲହୁଣୀପଡା,୧୫।୧୨(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ଅନ୍ତର୍ଗତ ସାନରକ୍ସିସ୍ଥିତ କୁଶଳ ତିର୍କୀ ମିନିଷ୍ଟାଡିୟମରେ ସିଆଇଟିୟୁ ଅନୁବନ୍ଧିତ ଶ୍ରମିକ ସଙ୍ଗଠନ ସୁନ୍ଦରଗଡ଼ ଖାଦାନ ମଜଦୁର ୟୁନିୟନର ଶନିବାର ଏକ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପଟାସାହି, ରକ୍ସି, ବିମଳାଗଡ, ରେଡା, ଚାନ୍ଦିପୋଷ, ବାରସୁଆ ପ୍ରଭୃତି ୬ଟି ପ୍ରାଇଭେଟ ଲୋଡିଂ ସାଇଡିଂର ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଯୋଗଦେଇଥିଲେ। ବଣାଇ ବିଧାୟକ ତଥା ୟୁନିୟନର ସଭାପତି ଲକ୍ଷ୍ମଣ ମୁଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଜେଡି-ଭାଜପା ସରକାରଙ୍କ ବିଭିନ୍ନ ଜନବିରୋଧୀ ଯୋଜନା ବିରୁଦ୍ଧରେ ବକ୍ତବ୍ୟ ରଖିଥିଲେ। କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ପେସା ଆଇନ ନାମରେ ଗରିବ, ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ହେଉଥିବା ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହିଥିଲେ। ଆଦିବାସୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରା ନ ଯାଉ ବୋଲି ସେ କହିଥିଲେ। ୟୁନିୟନର ସାଧାରଣ ସମ୍ପାଦକ ତଥା ସିପିଆଇଏମ ଜିଲା ସମ୍ପାଦକ ପ୍ରମୋଦ କୁମାର ସାମଲ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଅଧିକାର, ମଜୁରି ବୃଦ୍ଧି, ପିଏଫ ପ୍ରଦାନ ସମେତ ଲୋଡିଂ ସାଇଡିଂଗୁଡିକରେ ପର୍ଯ୍ୟାପ୍ତ ର଼୍ୟାକ ଯୋଗାଇ ଦେବାକୁ ଶ୍ରମିକ ସମାବେଶରେ ଦାବି କରିଥିଲେ। ପେସା ବାଲାଙ୍କ ବିଭିନ୍ନ ପ୍ରକାର ପଥରଗାଡି କାର୍ଯ୍ୟକୁ ନିନ୍ଦା କରିବା ସହିତ ଟ୍ରେଡ ୟୁନିୟନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସିଆଇଟିୟୁ ଜିଲା ଉପସଭାପତି ବନମାଳୀ ଧୁପାଳ ଶ୍ରମିକମାନଙ୍କ ଏକଜୁଟ ହୋଇ ରହିଥିବା ସହିତ ଦେଶ ବିଦେଶରେ ଶ୍ରମିକମାନେ କିପରି ନିର୍ଯାତିତ ହେଉଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ସମ୍ବିଧାନରେ ପେସାର ପ୍ରକୃତ ମୂଲ୍ୟବୋଧ ଉପରେ ଶ୍ରମିକମାନଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ ସିଆଇଟିୟୁ ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସିଆଇଟିୟୁର ଇତିହାସ ବୃତ୍ତାନ୍ତ ବର୍ଣ୍ଣନା କରିବା ସହିତ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ଉପରେ ଆଲୋଚନା କରିଥିଲେ। ତା ବିରୋଧରେ ଆସନ୍ତା ଜାନୁଆରୀ ୬ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସ୍ତରରେ ୬ଟି ଲୋଡିଂ ସାଇଡିଂରେ ଧର୍ମଘଟ ଏବଂ ୮ରେ ସମଗ୍ର ଭାରତରେ ଧର୍ମଘଟରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଆହ୍ବାନ ଜଣାଇଥିଲେ। ଏଥିରେ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିମାନ ମାଇତି, ବୟୋଜ୍ୟୋଷ୍ଠ ସଭ୍ୟ ଅଭୟ କୁମାର ଚାୈଧୁରୀ, ୟୁନିୟନର ସାଧାରଣ ସମ୍ପାଦକ ଲିଲ ମୋହନ ଗୋପ, ଆନନ୍ଦ ମାସୀ ହରୋ, କୃଷ୍ଣଚନ୍ଦ୍ର ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପ୍ରାରମ୍ଭରେ ହଜାର ହଜାର ଶ୍ରମିକ ପାରମ୍ପରିକ ନୃତ୍ୟଗୀତର ତାଳେ ତାଳେ ଶ୍ରମିକ ନେତୃବୃନ୍ଦଙ୍କ ସହିତ ରକ୍ସିସ୍ଥିତ ୟୁନିୟନ କାର୍ଯ୍ୟାଳୟଠାରୁ ୨୧୫/୫୨୦ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ଏକ ବିରାଟ ଶୋଭାଯାତ୍ରାରେ ଆସି ରକ୍ସି ରେଳ ଫାଟକ ନିକଟରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍‌ ସହ ରହିଛି…

ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍‌ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri