ସାନଭାଇ ନେଲା ବଡ଼ଭାଇ ଜୀବନ

ପଦ୍ମପୁର, ୨୮।୩(ଡି.ଏନ.ଏ.)-ଭଦ୍ରକ ଜିଲା ନାୟକାଣୀଡିହି ଥାନା ଅଞ୍ଚଳରେ ଶନିବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ ଭାଇ ବାହାରକୁ ଆସିବା ବେଳେ ତାଙ୍କ ସାନଭାଇ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସମ୍ପୃକ୍ତ ବଡ଼ଭାଇ ମୃତ୍ୟୁବରଣ କରିଥିଲେ। ଖବରପାଇ ନାୟକାଣୀଡିହି ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟଚିକିତ୍ସାଳୟକୁ ପଠାଇଛି। ଏହାଛଡା ଧାରୁଆଅସ୍ତ୍ରକୁ ଜବତ କରିବା ସହ ଅଭିଯୁକ୍ତ ସାନଭାଇଙ୍କୁ ପଚରାଉଚରା ପାଇଁ ପୋଲିସ ଅଟକ ରଖିଛି।
ରିପୋର୍ଟ – କାଳିପଦ ରାୟ