ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ ଆଗରେ

ବ୍ରହ୍ମପୁର ଅଫିସ,୨୩।୫- ସାନଖେମୁଣ୍ଡି ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ନନ୍ଦିନୀ ଦେବୀଙ୍କୁ ୧୦ହଜାର ୪୮୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସର ରମେଶ ଚନ୍ଦ୍ର ଜେନା ପ୍ରଥମ ତିନି ରାଉଣ୍ଡରେ ଆଗୁଆ ଥିଲେ। କିନ୍ତୁ ପଞ୍ଚମ ରାଉଣ୍ଡ ଶେଷ ଆଡକୁ ପଛକୁ ଚାଲିଯାଇଛନ୍ତି। ତାଙ୍କୁ ମିଳିଛି ୯ହଜାର ୨୫୧ ଖଣ୍ଡ ଭୋଟ। ଭାଜପାର ବିଜୟ ସ୍ବାଇଁଙ୍କୁ ମାତ୍ର ୨୩୬୫ ଭୋଟ ମିଳିଛି।