ସାତ୍‌ସପନ ହେଇଛେ ବିଜଲିବତୀ ଉକିଆ: ମିଟର, ବୋର୍ଡରେ ସୀମିତ ଯୋଜନା

ପର୍ଲା, ୪।୧୨(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଧଅଁରପୁର ପଁଚେତ୍‌ କର୍ଲାପଡ଼ା ଗଁାରେ ବିପିଏଲ୍‌ ବିଦ୍ୟୁତ୍‌ ସଂଯୋଗ ପର୍‌ହସନ ପାଲଟିଛେ। ଗଲା ୩ ବଛର ତଲେ ଗଁାରେ ବିପିଏଲ ପରିବାରମାନକୁ ବିଦ୍ୟୁତ୍‌ ସଂଯୋଗ ଦେବାକେ କାମ୍‌ ମୂଲ ହେଇଥିଲା। ସେଥିରଲାଗି ଗଁାରେ ଗୁଟେ ଟ୍ରାନ୍ସଫର୍ମର ବସାଯାଇଥିଲା। ପଛେ ଖୁଁଟ୍‌ ଗାଡି ତାର ଟନା ଯିବାର ସଂଗେ ହିତାଧିକାରୀମାନକର ଘରମାନକୁ ମିଟର, ବୋର୍ଡ ବସାଯାଇଥିଲା। ହେଲେ ଆଏଜ୍‌କେ ୩ ବଛର ବିତିଯାଇଥିଲେ ବି ହିତାଧିକାରୀମାନେ ବିଦ୍ୟୁତ୍‌ ସଂଯୋଗ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଘଟନାକେ ନେଇ ଗଁାରେ ବିପିଏଲ୍‌ ହିତାଧିକାରୀକଁର ଭିତରେ ଅସନ୍‌ତୋଷ ଭାବ୍‌ ଦେଖ୍‌ବାକେ ମିଲିଛେ।
ସୂଚନା ଅନ୍‌ସାରେ ଛତିଶଗଡ଼ ସିମାନାରେ ପାହାଡ଼ ତଲେ ଥିବାର କର୍ଲାପଡ଼ା ଗଁାରେ ପାଖାପାଖି ୧ଶହରୁ ଅଧ୍‌କା ବିପିଏଲ୍‌ ପରିବାର ବାସ୍‌ କରୁଛନ୍‌। ଗଁାରେ ବିଦ୍ୟୁତ୍‌ ସଂଯୋଗ ନାଇଁଥିବାରଲାଗି ଗଁାବାସୀ ବହୁତ ହଇରାନ ହରକତ ହେଉଛନ୍‌। ଏନ୍‌ତାଥି ୩ ବଛର ତଲେ ରାଏଜ୍‌ ସରକାର ଗ୍ରାମୀଣ ବିଦ୍ୟୁତ୍‌ ଯୋଜନାରେ ଗଁାବାସୀକୁ ବିଦ୍ୟୁତ୍‌ ସଂଯୋଗ ଯୁଗେଇ ଦେବାକେ କାମ୍‌ ମୂଲ କରିଥିଲେ। ଇଥ୍‌ରେ ଗଁାବାସୀ ଖୁସ୍‌ ହେଇଯାଇଥିଲେ। ହେଲେ ଦୁଖର କଥା ସବୁ କାମ୍‌ ସଏଲା ଉତାରୁ ବି ବିଦ୍ୟୁତ୍‌ ସଂଯୋଗ ନାଇଁ ମିଲିପାରବାର ବଲି ଗଁାର ବିଦ୍ୟାଧର ମାଝି, ଗୋରାଙ୍ଗ ମାଝି, ଲୟାଧର ମାଝି, ପ୍ରେମଲାଲ ମାଝି ପରମୁଖ କହିଛନ୍‌। ଇ ଘଟନାକେ ନେଇ ଗଁାବାସୀ ଭିନେ ଭିନେ ସମିଆରେ ଥାନୀଅ ସରପଁଚ୍‌, ରାଜନେତା, ବିଦ୍ୟୁତ ବିଭାଗର ଯନ୍ତ୍ରୀକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ହେଲେ ଠିକା କମ୍ପାନୀର କେତେ କରମ୍‌ଚାରୀକର କହେବାର ହେଲା ଧଅଁରପୁର ପଁଚେତ୍‌ର ଅନେକ ଗଁାରେ କାମ୍‌ ଚାଲିଛେ। ସେଥିରଲାଗି ବିଦ୍ୟୁତ୍‌ ସଂଯୋଗ ନାଇଁ ଦିଆଯିବାର ବଲି ସେମାନେ କହିଛନ୍‌। ଇ ବାବ୍‌ଦେ ଧର୍ମଗଡ଼ ବିଦ୍ୟୁତ୍‌ ବିଭାଗ ଅଧ୍‌କାରୀ ଭଗବାନ ସାହୁକୁଁ ପଚରାଲାରୁ ଇଥିରଲାଗି ଗୁଟେ ଟିମ୍‌ ରହିଛନ୍‌। ସେମାନେ କାମ୍‌ ସରିଛେ ବଲି ରିପୋର୍ଟ ଦେବେ ଆର ସଏଲା କାମ୍‌କେ ବିଦ୍ୟୁତ୍‌ ବିଭାଗର ଜିମା ଦେଲା ଉତାରୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ବଲି ସେ କହିଥିଲେ।