ସାତ୍‌ସପନ ହେଇଛେ ଆବାସ ଯୋଜନା: ସହଦେବକେ ସାହା ପରହର ପରଛି

ବିଜେପୁର, ୧୨।୭ (ଡି.ଏନ.ଏ): ଖରା, ବରଷା, ଶୀତନୁ ରକ୍ଷା ପାଏବାର ଲାଗି ଗରିବ ଦୁଖିକୁ କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଆର ରାଏଜ ସରକାର ମୋ କୁଡିଆ ଯୋଜନାଥି ପକାଘର ଯୁଗେଇ ଦେଉଛନ୍‌। ହେଲେ ପରିଚାଲନାରେ ଭୁଲଭଟକା ଲାଗି ଅନେକ ହକ୍‌ଦାର ହିତାଧିକାରୀ ଯୋଜନାରୁ ବଁଚିତ୍‌ ହେଉଛନ୍‌। ଥିଲାବାଲା ଯୋଜନାଥି ଘର ହାତେଇ ନେଉଥିଲାବେଲେ ଗରିବ ଲୁକ୍‌କୁ ଘରଖଁଡ଼େ ମିଲବାରଟା ସପନ ହେଇ ଯାଉଥିବାର୍‌ ଅଭିଯୋଗ ହେଉଛେ।
ବରଗଡ ଜିଲା ବିଜେପୁର ବ୍ଲକ ବେନିଆଁଚାଲ ଗାଁର ସହଦେବ କଠାର୍‌ ଏନ୍‌ତା ଗୁଟେ ଘଟନାର ଉଦାହରନ୍‌ ସାଜିଛନ୍‌। ଜମିବାଡ଼ି ହେନତା କିଛି ନଁାଇଁନ। ରାଶନ କାର୍ଡ ଖଁଡ଼କ ତାକର ସାହାଭରସା। ଦୁଖଭୁତି କରି ତାକର୍‌ ହସିଖୁସିର ସଁସାର ଗଡି ଯାଉଥିଲା । ହେଲେ ଗଲା ବଛର୍‌ ବରଷା ପାଏନଥିଁ ତାକର ଘରଟା ଧସକି ଗଲା। ବଡ଼ା କଷଟେ ମାଗିଯାଚି ଘରକେ ଥପାତୁନା କରି ଚଲୁଥିଲେ। ଏସୁରର୍‌ ଖରାଦିନିଅଁା ଧୁକାଗରେଲ, ବରଷାଥି ତାକର ଘରଟା ପଏରଛା ଧସକି ବିଦରି ଗଲା। ସହଦେବକେ ଏଛେନ୍‌ ପରହର ପରଛିଥି ଦିନ ବିତାବାକେ ପଡ଼ୁଛେ। ନିଜର ଡିହି ଖଁଡ଼େ ଥିଲେ ଭିଲ ହାତେ ପଏସା ନଁାଇଁନ ବଲି ସେ ଘର ବଖରେ ତୁଲି ନାଇଁ ପାରବାର। ଇଆଡ଼େ ପଁଚେତ୍‌ନୁ ବ୍ଲକ ତକ୍‌ ନରଦି ନରଦି ଅନାଏତ ହେଇଗଲେନ। ହେଲେ ଆବାସ କି ମୋ କୁଡିଆ ଯୋଜନାଥି ଘର ବଖରେ ନାଇଁ ପାଇପାରୁଥିବାର ସେ ଅଭିଯୋଗ କରିଛନ୍‌। ମୁଇଁ ପଏସା ଦେଇ ନାଇଁ ପାରବାର୍‌ ବଲି ଘର ବଖରେ ନାଇଁ ମିଲୁଛେ। ଘର ବଖରେ ଚିନ୍‌ତାରେ ଆଏଁଖନୁ ଝୁମରା ହଜିଗଲାନ ବଲି ସହଦେବ କହିଛନ୍‌। ପଁଚେତ୍‌ ବଏଠକଥି ମୁଇଁ ବହୁତ ଥର ଦାବି କରିଛେଁ, ହେଲେ ତାହାକୁ ଘରଟେ ଯୁଗେଇ ନାଇଁ ଦେବାରଟା ନିହାତି ଦୁଖର୍‌ କଥା ବଲି ୱାର୍ଡ ସଭ୍ୟା ଆସନ୍ତି ଡନସନା କହିଛନ୍‌। ଇ ବିଷେଥି ବେନିଆଁଚାଲ ପଁଚେତ୍‌ ପିଇଓ ଉପେନ୍ଦ୍ର ପଧାନକୁଁ ପଚରାଲାରୁ ସିରିଏଲ ନମ୍ବର ଅନସାରେ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଉଛେ। ପଁଚେତ୍‌ଥି ତାକର୍‌ ବାବଦେ ଦାବି ନାଇଁ ହେଇ ଫିରବି ମୁଇଁ ଘଟନାର ତଦଁତ କରମି ବଲି ସେ କହିଥିଲେ ।