ସାତକୋଶିଆରେ ପହଞ୍ଚିଲେ ଇଣ୍ଡିଆନ ସ୍କିମର

ଗଣିଆ,୧୦ା୧୧(ଡି.ଏନ.ଏ.): ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଥିବା ବିଦେଶୀ ପକ୍ଷୀ ଇଣ୍ଡିଆନ ସ୍କିମର ପ୍ରତିବର୍ଷ ଭଳି ଚଳିତବର୍ଷ ମହାନଦୀର ବଡମୂଳଠାରେ ଶୁକ୍ରବାର ଦୃଶ୍ୟ ହୋଇଛନ୍ତି। ଶୀତଋତୁ ଆସିଲେ ବିଶେଷ କରି ନଭେମ୍ବର ଆରମ୍ଭରୁ ଫେବୃୟାରୀ ପର୍ଯ୍ୟନ୍ତ ମହାନଦୀର ସାତକୋଶିଆ ଗଣ୍ଡର ତଳିଆ ବଡମୂଳ ଅଞ୍ଚଳରେ ୪୨ ପ୍ରକାରର ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି। ଏଠାକୁ ଆସୁଥିବା ରଙ୍ଗବେରଙ୍ଗ ଦେଶୀୟ ଓ ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଏହି ଇଣ୍ଡିଆନ ସ୍କିମର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସାତକୋଶିଆ ଗଣ୍ଡର ନୀଳ ଜଳରାଶିରେ ଦଳ ଦଳ ହୋଇ ସନ୍ତରଣ କରିବା ସହ ଏହି ପକ୍ଷୀମାନଙ୍କର କାକଳୀ ବେଶ୍‌ ରୋମାଞ୍ଚକର। ଗଣ୍ଡମଧ୍ୟରେ ଅବା ମହାନଦୀର ବାଲୁକା ଶଯ୍ୟାରେ ପ୍ରତିଟି ଦଳରେ ୫୦ରୁ ୬୦ ପକ୍ଷୀ ରହିଥାନ୍ତି। ଏହି ପକ୍ଷୀମାନେ ହିମାଳୟ ଓ ସାଇବେରିଆ ଅଞ୍ଚଳରୁ ଆସୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନୁକୂଳ ଜଳବାୟୁ ଓ ପରିବେଶ ଯୋଗୁ ପୂର୍ବରୁ ଏହି ପକ୍ଷୀମାନେ କଟକସ୍ଥିତ ମୁଣ୍ଡୁଳି, ସାତକୋଶିଆ ଗଣ୍ଡର ଟିକରପଡା ଅଞ୍ଚଳକୁ ଆସୁଥିବାବେଳେ ବିଗତ ୫ବର୍ଷ ହେଲା ବଡମୂଳ ଅଞ୍ଚଳକୁ ଆସୁଥିବା ଦେଖିବାକୁ ମିଳୁଛି। ସାତକୋଶିଆ ଗଣ୍ଡକୁ ଆସୁଥିବା ଇଣ୍ଡିଆନ ସ୍କିମରମାନଙ୍କ ସମ୍ପର୍କରେ ଜାଣିବା ପାଇଁ ମହାନଦୀ ବନ୍ୟପ୍ରାଣୀ ବିଭାଗ ତରଫରୁ ୨୦୧୭ ମସିହାରେ ପକ୍ଷୀ ବିଶେଷଜ୍ଞଙ୍କ ଦ୍ୱାରା ବାର୍ଡ ରିଙ୍ଗିଙ୍ଗ (ଚିହ୍ନଟ ପ୍ରକ୍ରିୟା) କରାଯାଇଥିଲା। ଚିହ୍ନଟ ହୋଇଥିବା ପକ୍ଷୀମାନେ ପ୍ରତିବର୍ଷ ଆସୁଥିବା ଦେଖାଯାଉଛି ା ମହାନଦୀର ମଣିଭଦ୍ରା ଓ ଚକ୍ରଗଡଠାରେ ଏହି ପକ୍ଷୀମାନେ ଗତବର୍ଷ ବସାବାନ୍ଧି ରହିଥିବା ବନ୍ୟପ୍ରାଣୀ ବିଭାଗର ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri