ସାଢ଼େ ୫ବର୍ଷରେ ସରକାର ଋଣ ନେଇଛନ୍ତି ୬୧୨୨୯.୫୮ କୋଟି ଟଙ୍କା

ଭୁବନେଶ୍ୱର,୨।୧୨(ବ୍ୟୁରୋ): ୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟ ସରକାର ମୋଟ ୮୩,୩୦୭.୧୯କୋଟି ଟଙ୍କା ଋଣ ନେଇଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୧୯-୨୦ ସେପ୍ଟେମ୍ବର ଶେଷସୁଦ୍ଧା ନେଇଥିବା ଋଣ ପରିଶୋଧ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ବିଜେଡି ସଦସ୍ୟ ଦେବୀ ରଞ୍ଜନ ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ୨୦୧୪-୧୫ ଆଥିର୍ର୍କ ବର୍ଷରେ ସରକାର ୭୬୩୬.୫୪କୋଟି ଟଙ୍କା ଋଣ ନେଇଥିବା ବେଳେ ୩୦୨୯.୪୦କୋଟି ଟଙ୍କା ପରିଶୋଧ କରିଛନ୍ତି। ଏହି ବର୍ଷ ୨୮୧୦.୨୭କୋଟି ଟଙ୍କା ସୁଧ ବାବଦରେ ପ୍ରଦାନ କରିଛନ୍ତି। ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ସରକାର ୧୧,୬୨୫.୩୨କୋଟି ଟଙ୍କା ଋଣ ଆଣିଥିବା ବେଳେ ସେଥିରୁ ୨୮୮୧.୩୭କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ଏହି ବର୍ଷ ସରକାର ୩୩୪୩.୩୦ କୋଟି ଟଙ୍କା ସୁଧ ଦେଇଛନ୍ତି। ୨୦୧୬-୧୭ ବର୍ଷରେ ୧୩,୦୮୦.୧୭କୋଟି ଟଙ୍କାର ଋଣ ନେଇଥିବାବେଳେ ୨୯୬୨.୦୫କୋଟି ଟଙ୍କାର ଋଣ ପରିଶୋଧ କରିଛନ୍ତି ଏବଂ ୪୦୩୫.୪୩କୋଟି ଟଙ୍କା ସୁଧ ବାବଦରେ ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ୧୪୪୧୯.୪୧କୋଟି ଟଙ୍କା ଋଣ ସରକାର ନେଇଥିବାବେଳେ ୨୬୯୦.୨୧ କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ସେହିବର୍ଷ ସରକାର ସୁଧ ବାବଦରେ ୪୯୮୮.୩୪କୋଟି ଟଙ୍କା ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ସରକାର ଋଣ ବାବଦରେ ୧୧,୭୫୦.୩୫କୋଟି ଟଙ୍କା ନେଇଛନ୍ତି। ସେହିବର୍ଷରେ ସରକାର ୩୯୩୯.୭୦କୋଟି ଟଙ୍କା ଋଣ ପରିଶୋଧ କରିଥିବାବେଳେ ୫୮୦୦.୩୭କୋଟି ଟଙ୍କା ସୁଧ ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ସରକାର ୨୭୧୭.୭୯କୋଟି ଟଙ୍କା ଋଣ ଆଣିଥିବା ବେଳେ ୧୦୮୫.୯୧କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ଏହିବର୍ଷ ସରକାର ୨୦୦୩.୪୩ କୋଟି ଟଙ୍କା ସୁଧ ବାବଦରେ ପ୍ରଦାନ କରିଛନ୍ତି। ଅର୍ଥାତ୍‌ ସରକାର ୨୦୧୪-୧୫ ଆର୍ଥିକ ବର୍ଷରୁ ଏବେସୁଦ୍ଧା ମୋଟ ୬୧,୨୨୯.୫୮ କୋଟି ଟଙ୍କା ଋଣ କରିଛନ୍ତି। ଏହି ସମୟ ସୁଦ୍ଧା ସରକାର୧୬,୫୮୮.୬୪କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି। ଅନ୍ୟପଟେ ସରକାର ସାଢ଼େ ୫ ବର୍ଷ ମଧ୍ୟରେ ୨୨,୯୮୧.୧୪କୋଟି ଟଙ୍କା ସୁଧ ବାବଦରେ ପ୍ରଦାନ କରିଛନ୍ତି।