Posted inଫୁରସତ

ସାଟେଲାଇଟ୍‌ ଉପରେ କାହିଁକି ଦିଆଯାଇଥାଏ ସୁନାର ଆବରଣ

ସାଟେଲାଇଟ୍‌କୁ ଭାରତରେ କୃତ୍ରିମ ଉପଗ୍ରହ କୁହାଯାଏ। ପ୍ରଥମ କୃତ୍ରିମ ଉପଗ୍ରହ ହେଉଛି ସ୍ପୁଟନିକ୍‌-୧। ଏହା ସୋଭିଏତ୍‌ ସଂଘ ଦ୍ୱାରା ୪ ଅକ୍ଟୋବର ୧୯୫୭ରେ ପୃଥିବୀ ପୃଷ୍ଠକୁ ପଠାଯାଇଥିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ହଜାର ହଜାର କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇସାରିଲାଣି। କିନ୍ତୁ ଜାଣନ୍ତି କି, ସାଟେଲାଇଟ୍‌ ଉପରେ ସୁନାର ପ୍ରଲେପ କାହିଁକି ଦିଆଯାଇଥାଏ ବୋଲି। ଏହା ପଛରେ ଏକ ସ୍ବତନ୍ତ୍ର କାରଣ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…


ମହାକାଶକୁ ପଠାଯାଉଥିବା ଉପଗ୍ରହରେ ସୁନାର ଆବରଣ ରହିଥାଏ। ଯାହାକୁ ବୈଜ୍ଞାନିକଙ୍କ ଭାଷାରେ ମଲ୍ଟି ଲେୟାର ଇନ୍‌ସୁଲେସନ୍‌ କୁହାଯାଏ। ଏହା ବହୁତ ହାଲୁକା ଏବଂ ଶକ୍ତିଶାଳୀ। ପ୍ରକୃତରେ ପତଳା ପତଳା ପୃଷ୍ଠକୁ ମିଶ୍ରଣ କରି ମୋଟାର ଏକ ସ୍ତର ପ୍ରସ୍ତୁତ କରାଯାଏ। ଯାହାକୁ ସାଧାରଣ ଭାଷାରେ ‘ଗୋଲ୍ଡ ପ୍ଲେଟିଂ’ କୁହାଯାଏ।
ଉପଗ୍ରହ ଉପରେ ସୁନାର ଆବରଣ କରିବା ନିହାତି ଜରୁରୀ। କାରଣ ମହାକାଶକୁ ବହୁ ଦୂର ପର୍ଯ୍ୟନ୍ତ ଉପଗ୍ରହ ପଠାଇବାକୁ ପଡ଼ିଥାଏ। ବୈଜ୍ଞାନିକଙ୍କ ମତରେ, ସାଟେଲାଇଟ୍‌ ବା ଉପଗ୍ରହ ପରିବର୍ତ୍ତନଶୀଳତା, ଚଳନତା ଏବଂ କ୍ଷୟ ପ୍ରତିରୋଧକୁ ସୁନା ରୋକିଥାଏ। ଏଥିସହ ଏଥିରେ ଥିବା ଅନ୍ୟ ଧାତୁର ଆବରଣ କ୍ଷତିକାରକ ଇନ୍‌ଫ୍ରାରେଡ୍‌ ରେଡିଏଶନ ଏବଂ ତାପଜ ବିକିରଣ ରୋକିବାରେ ସାହାଯ୍ୟ କରିଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ଉପଗ୍ରହଟି ସୁନା ଏବଂ ଅନ୍ୟାନ୍ୟ ଧାତୁରେ ନିର୍ମିତ ସ୍ତର ଦ୍ୱାରା ଆଚ୍ଛାଦିତ ନ ହେବ ତେବେ ମହାକାଶର ବିପଜ୍ଜନକ ବିକିରଣ କ୍ଷଣିକ ମଧ୍ୟରେ ଉପଗ୍ରହକୁ ନଷ୍ଟି କରିଦେବ। ବର୍ତ୍ତମାନ ଉପଗ୍ରହରେ ଅନେକ ପ୍ରକାର ଉପକରଣ ଲଗାଯାଇଛି। ତେଣୁ ସୁନାର ସ୍ତର ଉପଗ୍ରହକୁ ଯେକୌଣସି ବସ୍ତୁରୁ ରକ୍ଷା କରିଥାଏ।
ଖାଲି ଏତିକି ନୁହେଁ, ମହାକାଶଯାତ୍ରୀଙ୍କ ସ୍ପେଶ୍‌ ଶୁଟ୍‌ରେ ମଧ୍ୟ ସୁନା ଏବଂ ଅନ୍ୟ ଧାତୁର ଆବରଣ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri