ସାଙ୍ଗକୁ ରଙ୍ଗ ମାରିବାକୁ ଯାଇଥିବାବେଳେ ଦୁର୍ଘଟଣା: ୩ ମୃତ

ଢେଙ୍କାନାଳ ଅଫିସ୍, ୧୦ା୩- ହୋଲିରେ ସାଙ୍ଗକୁ ରଙ୍ଗ ମାରିବାକୁ ଯାଉଥିବାବେଳେ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି ।ଢେଙ୍କାନାଳ ଜିଲା କପିଳାସ ରାସ୍ତାର ଛଣବୋଲୁଅ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକମାନେ ସଦରଥାନା ଲୋଚାପାଲି ଗ୍ରାମର କୈଳାସ ସାହୁ, ଢେଙ୍କାନାଳ ରାମେଶ୍ୱରପୁରର ସୁବ୍ରତ ଶାଶ୍ୱତ ରାଉତ ଓ କାଇମାଟି ଗ୍ରାମର ବ୍ରହ୍ମାନନ୍ଦ ଦେହୁରୀ।
ଘଟଣାରୁ ଜଣାଯାଏ, ମଙ୍ଗଳବାର ୩ ଜଣ ଯୁବକ ଏକ ବାଇକରେ ଢେଙ୍କାନାଳ ଶୈବପୀଠ କପିଳାସକୁ ଆସିଥିଲେ। ସେଠାରୁ କପିଳାସ ରାସ୍ତାରେ କାଇମାଟି ଛକ ଆଡକୁ ସେମାନଙ୍କ ସାଙ୍ଗ ଘରକୁ ଯାଉଥିବାବେଳେ ବାଇକଟି ଛଣବୋଲୁଅ ନିକଟରେ ଏକ ବୁଲାଣିଠାରେ ଥିବା ଗଛରେ ପିଟି ହୋଇଯାଇଥିଲା।  ଫଳରେ ସେମାନେ ବାଇକରୁ ଏଣେତେଣେ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଖବରଦେବା ପରେ ଏକ ଆମ୍ବୁଲାନ୍ସ ଆସି ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି।