ସାଉଁଟା ଅନୁଭୂତି ଓ ବ୍ୟାବହାରିକ ଜ୍ଞାନ

ଡ. କୁମରବର ଦାସ
ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦ, ରାମକୃଷ୍ଣ କିମ୍ବା ଟାଗୋର, ଅରବିନ୍ଦଙ୍କ ଜୀବନଯାତ୍ରାର ସଫଳତା କଥା ଆମେ ଜାଣୁ। ସେମାନଙ୍କ ଜୀବନୀ ପଢିଛୁ। କିନ୍ତୁ ଆଧୁନିକତାର ପ୍ରବାହରେ ଆମ ଯୁବସମାଜ ସେମାନଙ୍କ ଉପଦେଶ ଦ୍ୱାରା ଆଜିକାଲି ବିଶେଷ ପ୍ରଭାବିତ ହେଉନାହାନ୍ତି। ସେମାନଙ୍କର ଭାଷଣ ଶୁଣିବାକୁ କିମ୍ବା ବହି ପଢ଼ିବାକୁ ଧୈର୍ଯ୍ୟ ନାହିଁ। ପରୀକ୍ଷା ପାଇଁ ବହିର ସବୁ ଅଧ୍ୟାୟ ମଧ୍ୟ ସେମାନେ ପଢ଼ନ୍ତିନି। ସବୁବେଳେ ଜ୍ଞାନ ଆହରଣର ସହଜ ଓ ସରଳ ଉପାୟ ଖୋଜୁଛନ୍ତି। ଠିକ୍‌ ସେହିପରି ଅର୍ଥ ଉପାର୍ଜନର ଖୁବ୍‌ ସହଜ ଉପାୟ ମାଧ୍ୟମରେ ଆକସ୍ମିକ ଭାବେ ଧନୀ ହେବାକୁ ଆମ ଯୁବପିଢ଼ି ଖୁବ୍‌ ଲାଳାୟିତ। ସଫଳତା ପ୍ରାପ୍ତିର ପ୍ରବଣତା ଯେତିକି ବଢ଼ିଛି, ସାଧନା ଓ ଧୈର୍ଯ୍ୟ ସେଇ ପରିମାଣରେ କମିଛି। ସେବକାର ଦିନ ପରି ବୃଥାରେ ସମୟ ନଷ୍ଟ କରିବାକୁ କେହି ଚାହେଁ ନାହିଁ। ଇଣ୍ଟର୍‌ନେଟ୍‌ ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ ବଟନ ଚିପିଲା ମାତ୍ରେ ନୂତନ ଜ୍ଞାନର ପସରା। ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିବା ଗୁଗ୍‌ଲ୍ସ, ଫେସ୍‌ବୁକ ଓ ହ୍ବାଟ୍‌ସଆପ୍‌ରେ ଆଜି ତୁହାକୁତୁହା ଜ୍ଞାନର ବର୍ଷା।
ଆପଣଙ୍କର କୌଣସି ଉପଲବ୍ଧି କ୍ଷଣକର ହେଇଥାଉ ବା ଅନେକବର୍ଷର ଏଇ ବୈଦ୍ୟୁତିକ ମାଧ୍ୟମରେ ଛାଡିଦେଲେ ସେଗୁଡ଼ିକ ସଙ୍ଗେ ସଙ୍ଗେ ଚିରନ୍ତନ ସତ୍ୟଭଳି ସବୁ ଦିଗକୁ ପ୍ରସାରିତ ହୋଇଯିବେ। ଯଦିଓ ଏହି ତଥ୍ୟଗୁଡ଼ିକର ସତ୍ୟତାର ଜୀବନକାଳ ସ୍ବଳ୍ପ, ତେଣୁ ଆପଣଙ୍କୁ ଯାହା ବି ଏକ ଯୁଗାନ୍ତକାରୀ ସତ୍ୟ ଭଳି ଉପଲବ୍ଧ ହେଲା, ତୁରନ୍ତ ଏହି ଦୁଇ ମାଧ୍ୟମରେ ଛାଡ଼ିଦିଅନ୍ତୁ। ଦେଖିବେ ଅନ୍ୟମାନେ ସେଗୁଡ଼ିକ ବ୍ରହ୍ମ ସତ୍ୟ ଭଳି ମାନିନେଇ ସେଥିରେ ଆଉ କିଛି କିଛି ମନ୍ତବ୍ୟ ମଧ୍ୟ ଯୋଡ଼ିଦେବେ। ସେଇ ମାଧ୍ୟମ ଜରିଆରେ ଜ୍ଞାନ ଅର୍ଜନ ପାଇଁ ଆଜିର ଯୁଗରେ ବୁଦ୍ଧଙ୍କର କୃଚ୍ଛ୍ର ସାଧନା ଦରକାର ନାହିଁ କିମ୍ବା ବାଲ୍ମୀକିଙ୍କ ତପସ୍ୟାର ଆବଶ୍ୟକତା ନାହିଁ।
ଆଜିର ଇଣ୍ଟର୍‌ନେଟ୍‌ ଯୁଗରେ ଅନେକ ମ୍ୟାନେଜ୍‌ମେଣ୍ଟ ଗୁରୁ ଜନ୍ମ ନେଇଛନ୍ତି। ସେମାନେ ତାଙ୍କର ଅକାଟ୍ୟ ମତଗୁଡ଼ିକୁ ସ୍ବଚ୍ଛନ୍ଦରେ ପରିବେଷଣ କରନ୍ତି। ଉଦାହରଣ ସ୍ବରୂପ ଆମେ ଏଠି ଦୁଇଟି ଉଦାହରଣ ଦେଇପାରିବା। ପ୍ରଥମ କଥା ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ବିକ୍ରେତା ନିଜ ଉପଭୋକ୍ତାର ମନ କିଣିନେବାକୁ ଚେଷ୍ଟା କରିବା ଉଚିତ। ଗରାଖର ଆଶାଠାରୁ ଗୋଟେ ପାଦ ଆଗକୁ ଯାଇ କିଛି ବିତରଣ କରିବା ଉଚିତ। ଥରେ ଜାପାନର କ୍ୱିଟୋ ସହରରେ ଏକ ଜୁସ୍‌ କାଫେରେ ଜୁସ୍‌ ପିଇସାରିଲା ପରେ ସେ ଦୋକାନୀ ଆମ ଦୁଇବନ୍ଧୁଙ୍କୁ ଦୁଇଟି କମଳା ଦେଲେ। ମୁଁ ବୁଝିପାରିଲି ନାହିଁ। କମଳା ପାଇଁ ପଇସା ଦେବାରୁ ସେ ମନାକଲେ। ଏହି କଥାଟି ବ୍ୟବସାୟୀ ବନ୍ଧୁମାନେ ଶିଖିଲେ ତାଙ୍କର ଗରାଖ ତାଙ୍କୁ ଛାଡି ଅନ୍ୟ ଦୋକାନକୁ ଯିବାକୁ ଆଦୌ ମନ ବଳାନ୍ତେ ନାହିଁ। ଭଲ ବ୍ୟବହାର ସମସ୍ତଙ୍କୁ ଭଲ ଲାଗେ। ଏ କଥାରୁ ଶିକ୍ଷକମାନେ ମଧ୍ୟ ଶିଖିବା ଉଚିତ। ଛାତ୍ରମାନେ ଆଶା କରୁଥିବାଠାରୁ ଅନ୍ତତଃ ଗୋଟେ ପାଦ ଆଗକୁ ଯାଇ ଶିକ୍ଷା ବିତରଣ କରିବା ଉଚିତ। ଡାକ୍ତରମାନେ ଠିକ୍‌ ସେହିପରି ରୋଗୀ ଯାହା ଆଶା କରୁଛି ତା’ଠାରୁ ଗୋଟେ ପାଦ ଅଧିକ ଯାଇ ସ୍ବାସ୍ଥ୍ୟସେବା ବିତରଣ କରିବା ଉଚିତ। ତେବେ ଯାଇ ସେମାନେ ସଫଳ ଗୁରୁ ଓ ସଫଳ ଡାକ୍ତର ହୋଇପାରିବେ। ରାଜନୀତି ଓ ସମାଜସେବା ଦିଗରେ ସଫଳତା ପାଇବା ଲାଗି ଅନେକ ଘାତପ୍ରତିଘାତ ଅତିକ୍ରମ କରିବାକୁ ହୁଏ। ଅନେକ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼େ। ଏଭଳି ସ୍ଥିତିରେ ସେମାନେ ଭାଙ୍ଗି ନ ପଡ଼ି ନିଜର ବିଶେଷ ଗୁଣମାନର ବିକାଶ ଘଟାଇଲେ କିମ୍ବା ନିରବଚ୍ଛିନ୍ନ ଭାବେ ନିଜର କାର୍ଯ୍ୟ ଜାରି ରଖିଲେ ସଫଳ ହୋଇପାରିବେ।
ଏହା ସବୁ ତାତ୍କାଳିକ ଜ୍ଞାନ। ଏସବୁ ଖୁବ୍‌ ଶିକ୍ଷଣୀୟ କଥା। ଆଜିର ଯୁବପିଢ଼ିକୁ ବିବେକାନନ୍ଦ କିମ୍ବା ଗାନ୍ଧୀଙ୍କ କଥା ଭଲ ଲାଗେନା। ଟାଗୋର କିମ୍ବା ଗୋପବନ୍ଧୁଙ୍କ କଥାର ଉଦାହରଣ ଦେଲେ ସେମାନେ ବିଶେଷ ପ୍ରଭାବିତ ହୁଅନ୍ତି ନାହିଁ। କିଛି ନୀତି ଆଦର୍ଶ କଥା କହିଲେ ସେମାନେ ସେଠୁ ଶୀଘ୍ର ଉଠି ପଳାଇଯାଆନ୍ତି। ସଚିନ, ଶାହରୁଖ, ଐଶ୍ୱର୍ଯ୍ୟାଙ୍କ ଉଦାହରଣ ଦେଲେ ମୁଗ୍ଧହୋଇ ଶୁଣନ୍ତି। ନିତିଦିନିଆ ଘଟଣା କିମ୍ବା ସାଧାରଣ ଭାବେ ଅଙ୍ଗେ ନିଭାଉଥିବା କଥାକୁ ଆଧାରକରି କିଛି କହିଲେ ସେମାନେ ଉତ୍ସାହିତ ହୁଅନ୍ତି। ବହି ପଢ଼ି ପଢ଼ି ଯେଉଁ ଜ୍ଞାନ ଆହରଣ କରାଯାଏ, ସେ ସବୁ ପରୀକ୍ଷା ପାଇଁ ଦରକାର। ସେ ସବୁ ଜ୍ଞାନ ଜୀବନରେ ଆଦୌ ଆବଶ୍ୟକ ହୁଏ ନାହିଁ। ଆଉ ଜୀବିକା ନିର୍ବାହରେ କିମ୍ବା କିଛି ପେସାରେ ନିପୁଣତା ପ୍ରାପ୍ତିରେ ସେଇ ପୁସ୍ତକଗତ ବିଦ୍ୟା କିଛି କାମରେ ଆସେ କି ନାହିଁ ସନ୍ଦେହ। ମାତ୍ର ୧୦% ଜ୍ଞାନ ବହିରୁ, ସ୍କୁଲ, କଲେଜରୁ ମିଳିଥାଏ। ବାକି ୯୦% ଜ୍ଞାନ ବିଭିନ୍ନ ପ୍ରକାର ଅନୁଭୂତିରୁ ମିଳିଥାଏ। ବ୍ୟାବହାରିକ ଜ୍ଞାନ ସମସ୍ତ ସୂତ୍ରରୁ ମିଳିଥାଏ। ଛୋଟ ଛୋଟ ଅନୁଭୂତିରୁ ଜୀବନ ମହନୀୟ ହୋଇଉଠେ। ବ୍ୟାବହାରିକ ଜ୍ଞାନ ହିଁ ପ୍ରକୃତ ଜ୍ଞାନ। ପୋଥି ବାଇଗଣ ଓ ବାଡ଼ି ବାଇଗଣର ପ୍ରଭେଦ ଥାଏ। ବାଡ଼ି ବାଇଗଣର ସ୍ବାଦ ପ୍ରକୃତରେ ଆମେ ପାଉ। ତେଣୁ ଛାତ୍ରମାନଙ୍କୁ, ଆଜିର ଯୁବ ସମାଜକୁ କୌଣସି ସଜୀବ ନିର୍ଜୀବ ବସ୍ତୁକୁ ଆଧାର କରି, ଆଜିର ସମାଜରେ ଘଟୁଥିବା ଛୋଟ ଛୋଟ ଘଟଣାକୁ ଆଧାର କରି ପ୍ରେରଣାଦାୟକ ଉପଦେଶ ଦିଆଯାଇପାରନ୍ତା। ଆଜିର ଇଣ୍ଟର୍‌ନେଟ୍‌ ଯୁଗରେ ଏହା ଖୁବ୍‌ ସହଜ।
drkumardas@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri