Categories: ଖେଳ

ସାଇନାଙ୍କୁ ପ୍ରଥମ ମହିଳା ଆଇଏମ୍‌ ନର୍ମ

ଭୁବନେଶ୍ୱର, ୨୬।୬(ସ୍ପୋଟର୍‌ସ ବ୍ୟୁରୋ)- ଉଦୀୟମାନ ଓଡ଼ିଆ ଚେସ୍‌ ତାରକା ତଥା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା କ୍ୟାରିୟରର ପ୍ରଥମ ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ୍‌) ନର୍ମ ହାସଲ କରିଛନ୍ତି। ଗୋଆ ଇଣ୍ଟନ୍ୟାଶନାଲ ଜିଏମ୍‌ ଟୁର୍ନାମେଣ୍ଟ ଅବସରରେ ସାଇନା ଏହି ସଫଳତା ପାଇଛନ୍ତି। ନିରଞ୍ଜନ ନାଭାଲଗୁଣ୍ଡଙ୍କ ବିପକ୍ଷ ୯ମ ରାଉଣ୍ଡ ବାଜି ଅବସରରେ ସାଇନାଙ୍କୁ ଏହି ନର୍ମ ମିଳିଥିଲା। ଏହି ଟୁର୍ନାମେଣ୍ଟରେ ସାଇନା ୟୁକ୍ରେନର ଗ୍ରାଣ୍ଡମାଷ୍ଟର (ଜିଏମ୍‌) ବବି ଓଲ୍‌ଗାଙ୍କ ସମେତ ୪ଜଣଙ୍କୁ ପରାସ୍ତ କରିଥିବାବେଳେ ଦେବାଶିଷ ଦାସ (ଜିଏମ୍‌), ପି. କାର୍ତ୍ତିକେୟନ (ଜିଏମ୍‌)ଙ୍କ ପରି ଖେଳାଳିଙ୍କ ବିପକ୍ଷରେ ବାଜି ଡ୍ର’ ରଖିବାରେ ସଫଳ ହୋଇଥିଲେ। ଏହି ଟୁର୍ନାମେଣଟରୁ ସେ ୮୫ ରେଟିଂ ପଏଣ୍ଟ ଲାଭ କରିଛନ୍ତି। ଗୋଆର ପ୍ରସାଦ ମୂଖାର୍ଜୀ ଷ୍ଟାଡିୟମରେ ହୋଇଥିବା ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଯୋଗଦେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ନର୍ମ ସାର୍ଟିଫିକେଟ୍‌ ସାଇନାଙ୍କୁ ପ୍ରଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ସାଇନା କ୍ୟାରିୟରରେ ୧୫ ପଦକ ଜିତିସାରିଛନ୍ତି।

Share