Categories: ଜାତୀୟ

ସାଇକେଲ -ହାତୀ ଗଲେ ପଛରେ ପଡ଼ି; ପଦ୍ମ ଆସିଲା ଉଡ଼ି ଉଡି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କୂଟନୀତି ଏଠାରେ ସଫଳ ହୋଇଛି। ଫଳରେ ଭାଜପା ୫୫ ଆସନରେ ଅଗୁଆ ରହିଛି। ତେବେ ଦୀର୍ଘ ୨୫ ବର୍ଷର ଶତ୍ରୁତା ଭୁଲି ବନ୍ଧୁ ସାଜିଥିବା ଅଖିଳେଶ ଯାଦବଙ୍କ ସାଇକେଲ ଏବଂ ମାୟାବତୀଙ୍କ ହାତୀ ପଛରେ ପଡ଼ି ଯାଇଛନ୍ତି। ଅପରପକ୍ଷରେ ପଦ୍ମ ଉଡ଼ି ଉଡ଼ି ଏଠାରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ଅଖିଳେଶ-ମାୟାବତୀଙ୍କ ମେଣ୍ଟ ୨୪ ଲୋକ ସଭା ଆସନରେ ଆଗୁଆ ରହିଛି।

Share