ସାଇକେଲ ପଛରେ ପିତାଙ୍କୁ ବସାଇ ୧୨ଶହ କିଲୋମିଟର ଯାତ୍ରା କରିଥିବା ବିହାର ଯୁବତୀଙ୍କୁ ପ୍ରଶଂସା କଲେ ଇଭାଙ୍କା

ଦରଭଙ୍ଗା,୨୩।୫: ଲକ୍‌ଡାଉନ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଏହି କ୍ରମରେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିହାରର ୧୫ ବର୍ଷର ଝିଅ ଜ୍ୟୋତି କୁମାରୀ। ସେ ତାଙ୍କ ଆହତ ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିଲୋମିଟର ଯାତ୍ରା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜ୍ୟୋତିଙ୍କ ଏହି ସାହସିକତା ପାଇଁ ସାଇକ୍ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ସିଏଫ୍‌ଆଇ)ତାଙ୍କର ପ୍ରଶଂସା କରିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଜ୍ୟୋତିଙ୍କ ସାହସିକତାର ପ୍ରଶଂସା କରିଛନ୍ତି। ଇଭାଙ୍କା ଶୁକ୍ରବାର ଟୁଇଟ କରି ଜ୍ୟୋତିଙ୍କ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଜ୍ୟୋତି କୁମାରୀଙ୍କ ପିତା ମୋହନ ପାଶଓ୍ବାନ ହରିୟାଣାର ଗୁରୁଗ୍ରାମରେ ଇ-ରିକ୍ସା ଚଳାଉଥିବା ବେଳେ ନିକଟରେ ଝିଅ ଜ୍ୟୋତି ତାଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ପିତାଙ୍କର ଦୁର୍ଘଟଣା ହେବାରୁ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଓ ସେ ଆଉ ରିକ୍ସା ଚଳାଇ ପାରି ନ ଥିଲେ। ଅନ୍ୟପଟେ ଲକ୍‌ଡାଉନ ଯୋଗୁ ତାଙ୍କ ପିତାଙ୍କ ରୋଜଗାର ନ ଥିବାରୁ ବାପ-ଝିଅଙ୍କ ଚଳିବା କଷ୍ଟକର ହୋଇ ପଡିଥିଲା। ଏପଟେ ଏମାନଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ଘରକୁ ଫେରିବାକୁ ମଧ୍ୟ ସେମାନେ ସାହାସ କରିପାରୁ ନ ଥିଲେ। ଶେଷରେ ଜ୍ୟୋତି ସାହସ ଜୁଟାଇ ଆହତ ପିତାଙ୍କୁ ସାଇକେଲ ପଛରେ ବସାଇ ଦୀର୍ଘ ୧୨୦୦ କିଲୋମିଟର ଯାତ୍ରା କରି ନିଜଗ୍ରାମ ବିହାରର ଦରଭଙ୍ଗାରେ ପହଞ୍ଚିଥିବାକୁ ତାଙ୍କୁ ୭ ଦିନ ସମୟ ଲାଗିଥିବା ସେ କହିଛନ୍ତି। ଏବେ ଜ୍ୟୋତିଙ୍କର ଏହି ସାହସକୁ ଦେଖି ନ୍ୟାଶନାଲ ସାଇକ୍ଲିଂ ଏକାଡେମୀ ତାଙ୍କର ଏକ ଟେଷ୍ଟ ନେବାକୁ କହିଛି। ହେଲେ ଏଥିପାଇଁ ସେ ଏକମାସ ସମୟ ମାଗିଛନ୍ତି। ଇଭାଙ୍କାଙ୍କ ଟୁଇଟ୍‌ ଦେଖିବା ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ମଧ୍ୟ ଜ୍ୟୋତିଙ୍କ ସାହସିକତାର ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri