ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ

ପୁରୀ ଅଫିସ,୧୯ା୧: ସତ୍ୟବାଦୀ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଏବଂ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ସୁରଜମଲ୍ଲ ଶାହା କଲେଜ, ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ପିକେଡିଏ ଛକରୁ ସାଇକେଲ ଯାତ୍ରାରେ ବାହାରି ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲେ ା ରାସ୍ତାରେ ସେମାନେ ସଚେତନତା ବାର୍ତ୍ତା ଦେଇଥିଲେ ା ଦୈନିକ ସାଇକେଲ ଚଳାଇବା ଦ୍ୱାରା ମାନସିକ ଓ ଶାରୀରିକ ସନ୍ତୁଳନ ରହିବା ସହ ଶରୀର ସୁସ୍ଥ ରହିଥାଏ। ସାଇକେଲ ଚଲାନ୍ତୁ ଫିଟ୍‌ ରୁହନ୍ତି ବୋଲି ଛାତ୍ରୀଛାତ୍ରମାନେ ସ୍ଲୋଗାନ୍‌ ଦେବା ସହ ପରିବେଶ ପ୍ରଦୂଷମୁକ୍ତ ଭାରତ ଗଠନ ଲାଗି ଆହ୍ବାନ ଦେଇଥିଲେ ା ଏନୱାଇକେ ସଂଯୋଜକ ଜୟଶଙ୍କର ଜୋଶୀ, ବେଦକର୍ମକାଣ୍ଡ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜଗବନ୍ଧୁ ମିଶ୍ର, ବରିଷ୍ଠ ସାମାଜିକ କର୍ମୀ ବାମଦେବ ନାୟକ ଅତିଥି ଭାବେ ଯୋଗଦେଇଥିଲେ। ଏନୱାଇଭି ରୋଜାଲିନ ପଣ୍ଡା, ତାରାପ୍ରସାଦ ଦାଶ, ଶିବାନନ୍ଦ ପାଢୀ, ଓମପ୍ରସାଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।